ଆଧାର ନଥିବାରୁ ଆହାରରୁ ବଂଚିତ ହେଲେ ଗ୍ରାମର ଲୋକ

Spread the love

ଯାଜପୁର ସଦର, ୦୬ା୦୪: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରଣାଗୁଣ୍ଡି ପଂଚାୟତରେ ଅପପୃଷ୍ଟି ପାଇଁ ଲୋକଲୋଚନକୁ ଆସିଚି । ଯାହାକି ଯାଜପୁର ଜିଲ୍ଲାରେ ଖଣିଜ ସମ୍ପଦ ଠାରୁ ଆରମ୍ଭ କରି ରହିଥିବା ବେଳେ, ରଣାଗୁଣ୍ଡି ପଂଚାୟତରେ ଅପପୃଷ୍ଟିର ଚିହ୍ନଟ ସରକାରଙ୍କର ଚେତା ପଶିବାରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ୭ଜଣ ଶିଶୁ ଅପପୃଷ୍ଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫ଜଣଙ୍କୁ ପୃଷ୍ଟି ସାଧନ କେନ୍ଦ୍ରକୁ ପଠାଯାଇଚି । ରଣାଗୁଣ୍ଡି ରଗଡ଼ାଘାଟି ସାହିର ଅପପୃଷ୍ଟି ଜୋର ଧରିଥିବା ବେଳେ, ଏହି ଅଞ୍ଚଳର ଶତାଧିକ ଆଦିବାସୀ ପରିବାର ରାସନରୁ ବଞ୍ôଚଥ ହୋଇଥିବା ଦେଖିବାକୁ ମିଳିଚି । ଆଧାର କାର୍ଡ଼ ସେମାନଙ୍କ ନିକଟରେ ନଥିବାରୁ ଖାଦ୍ୟରୁ ବଂଚିତ ହୋଇଥିବା ଗଣମାଧ୍ୟମ ନଜରୁକୁ ଆସିଚି । ଖାଦ୍ୟ ସୁରକ୍ଷା ଆଇନି ଏଠାରେ ଦିଗହରା ସାଜିଥିବା ବେଳେ, ଏହି ଗ୍ରାମରଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ନିରକ୍ଷର ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ବାସ କରନ୍ତି । ଏଦିଗରେ ରଣାଗୁଣ୍ଡି ପଂଚାୟତର ବ୍ଲକ ପ୍ରଶାସନ ନିକଟରେ ସୂଚନା ନଥିବା ବେଳେ, ଏହି ଗ୍ରାମର ମଙ୍ଗୁଳି ଶିକୁଙ୍କ ପରିବର ୧୦ଜଣ ଗୁରୁବାରି ତେରଙ୍କ ପରିବାର ୧୧, ଡୁଙ୍ଗୁରୀ ସିଂଙ୍କ ପରିବାର ୫ ଜଣ ହାରାମଣୀଙ୍କ ୪ ଜଣ ସାରଥି ପୃତ୍ତିଙ୍କ ପରିବାର ୯ଜଣ, ଜେଜେମା ମୁଣ୍ଡାଙ୍କ ପରିବାର ୬ଜଣ, ସମ୍ବାରୀଙ୍କ ପରିବାର ୬ଜଣ, କାମଳୀ ମୁଣ୍ଡା ୫ ଜଣ, ଚମ୍ପାର ୫ ଜଣା ଏହି ଅନେକ ପରିବାରଙ୍କ ରାସନ କାର୍ଡ ନଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅପପୃଷ୍ଟିର ଶିକାର ଏହାର ଶିଶୁପୁତ୍ର ମୃତ୍ୟୁ ବରଣ କରିଥିବା ବେଳେ, ୨ଜଣ ଶିକାର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିବା ଜଣାଯାଇଚି । ଏହି ଗ୍ରାମର ଜଣେ ପରିବାରକୁ ୫୦ କେଜି ଚାଉଳ ଦିଆଯାଇଥିବା ବେଳେ, ଅନ୍ୟ ମାନଙ୍କୁ ଆଜି ପର୍ଯ୍ୟନ୍ତ ଚାଉଳ ମିଳିଚିନା ରାସନ ମିଳିଚି ନା ଆଧାର ମିଳିଚି । ଏହି ଘଟଣାକୁ ନେଇ ସମାଜ ସେବୀ ସାମାଜିକ କର୍ମି ମଣ୍ଟୁଦାସ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସହିତ ଏହି ଭୋକିଲା ପରିବାରକୁ ପ୍ରଶାସନ ପକ୍ଷରୁ ଖାଦ୍ୟ ସୁରକ୍ଷା ଆଇନ ପରିଶରରେ ରଖୁଚି ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment