ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବାମହିଳା ଭତା ପାଇବାରୁ ବଂଚିତ

Spread the love

ବାଲିଗୁଡା,୧୭/୧୨ (ସନ୍ଧାନ ନ୍ୟୁଜ) ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବା ମହିଳା ଭତା ପାଇବାରୁ ବଂଚିତ । ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ପୁରୁଣା ସାହିର ଫିମ୍ପା ବିନ୍ଧାଣୀ(୪୧) ଙ୍କ ଭୋଟପରିଚୟପତ୍ର.ରେସନକାର୍ଡ,ବ୍ୟାଙ୍କ ଖାତା ରେ ଫିମ୍ପା ବିନ୍ଧାଣି ରହିଛି ଏହା ତାଙ୍କର ପ୍ରକୃତ ନାମ । କିନ୍ତୁ ଆଧାର କାର୍ଡ ନମ୍ବର ୪୯୪୨୯୮୩୯୩୪୫୯ରେ ବୈଦିଆ ବିନ୍ଧାଣି ହୋଇଯାଇଛି । ବୈଦିଆ ବିନ୍ଧାଣି ତାଙ୍କ ପୁଅ ,ମା ପୁଅର ଦୁଇଟି ଆଦାର କାର୍ଡରେ ଗୋଟିଏ ନାମ ହୋଇଯ।।ଇଛି । ଯାହାଫଳରେ ସେ ବିଧବା ଭତା ଠାରୁ ସମସ୍ତ ଭତା ଏବଂ ଆବାସ ଯୋଜନା ଆଦି ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଗରୀବ ଓ ନିରିହ ହୋଇଥିବାରୁ ତାଙ୍କର ଆଶାରକାର୍ଡରେ ନାମ ତ୍ରୁଟି ସଂଶୋଧନ କରିପାରୁନାହାନ୍ତି । ଏହି ଭୁଲପାଇଁ ସେ ସମସ୍ତ ସରକାରୀ ଓ ବେସରକାରୀ କାଗଜ ପତ୍ରର କାମ କରିପାରୁନାହାନ୍ତି । ସେ ଅନୁରୋଧ କରିଛନ୍ତି ଯେ ଆଧାରକାର୍ଡରେ ତାଙ୍କ ନାମକୁ ସଂଶୋଧନ କରିବାକୁ ଯାହାଫଳରେ ସେ ସମସ୍ତ ସୁବିଧା ପାଇପାରିବେ । ଏହି ବାବଦରେ ବିଡିଓ ଅକ୍ଷୟ ମଳିକ କହିଛନ୍ତି ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବି ।

Related Posts

About The Author

Add Comment