ଆଦିବାସୀ ସାହୀର ୨ଟି ଶିଶୁ ଅଜଣା ଜିନିଷ ଖାଇ ମେଡିକାଲରେ : ଜଣେ ସୁସ୍ଥ ଆଉ ଜଣେ ଗୁରୁତର

Spread the love

ଭଦ୍ରକ ୦୭/୧୨ (ସନ୍ଧାନ ନିୟୁଜ), ବ୍ଲକ୍ ର ସେଣ୍ଡତୀରାର ଫୁଲଗଡିଆ ଛକ ସ୍ଥିତ ଆଦିବାସୀ ବସ୍ତିରେ ଆଜି ( ଗୁରୁବାର ) ସକାଳେ ସମସ୍ତ ବଡଲୋକମାନେ କାମକୁ ଯାଇଥିବା ବେଳେ ରବୀନ ମୁଣ୍ଡାର ୫ ବର୍ଷର ପୁଅ ଭଗିଆ ଓ ମଙ୍ଗୁଳି ମୁଣ୍ଡାର ୨ ବର୍ଷର ପୁଅ ଧନ ପଖାଳ ଭାତ ସହିତ କୌଣସି ଅଜଣା ଦ୍ରବ୍ୟ ଖାଇ ବାରମ୍ବାର ବାନ୍ତି କରି ଅଚେତ ହୋଇ ପଡ଼ିବାରୁ ପ୍ରାୟଃ ସକାଳ ୯.୩୦ ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଡକାଯାଇ ସେମାନଙ୍କୁ ସକାଳୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ଭଗିଆର ଅବସ୍ଥା ବିପଦମୁକ୍ତ ଥିବାବେଳେ ଧନ କୁ ଆଜି ସନ୍ଧ୍ୟାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଥିବାର ଆଦିବାସୀ ବସ୍ତିରେ ଥିବା ସେମାନଙ୍କ ସଂପର୍କୀୟଙ୍କ ସୂତ୍ରରୁ ପ୍ରକାଶ !

Related Posts

About The Author

Add Comment