ବାରିପଦା ୧୫/୮/୨୦(ଲିଙ୍ଗରାଜ ପଣ୍ଡା):- ଗ୍ରାମର ଏକ ସାହିରେ କରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ସାହି ବାସୀଙ୍କୁ ପୋଖରୀରେ ଗାଧୋଇବାକୁ ନଦେବା, ସଉଦା ଦୋକାନୀ ଦୂରରୁ ଫେରାଇଦେବା ଏବଂ ଧାନ ନପେଶାଇ ହଲର ମାଲିକ ଫେରାଇ ଦେବା ତଥା ସାହିରେ ବସବାସ କରୁଥିବା ପିଲାମାନଙ୍କୁ ଆବଶ୍ୟକ ଔଷଧ ନଦେବା ଅଭିଯୋଗ ରେ ଆଜି ଉକ୍ତ ଜନସାଧାରଣ ବାରି ପଦା-ଚିତ୍ରଡା ରାସ୍ତାକୁ ଦୀର୍ଘ ୩ଘଣ୍ଟାଧରି ଅବରୋଧ କରିଥିଲେ । ସୂଚନା ମୁତାବକ ବେତନଟୀ ଥାନା ଭାଲିଆଡିହା ପଞ୍ଚାୟତ ଇଦର ଗ୍ରାମର ଜନୈକ ଯୁବକ ପଜିଟିଭ ଚିହ୍ନଟ ପରେ ସରପଞ୍ଚ ଉକ୍ତ ଗ୍ରାମକୁ ୧୦ତାରିଖ ସନ୍ଧ୍ୟା ୬ ରୁ ୧୨ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଡାଉନ ଘୋଷଣା କରିଥିଲେ । ତେବେ ଇଦର ଗ୍ରାମର ଦୁଇଟି ସାହି ଥିବାବେଳେ ଆଦିବାସୀ ସାହିରେ କରୋନା ପଜିଟିଭ ଆକ୍ରାନ୍ତ ଯୁବକଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଆଦିବାସୀ ସାହିରେ କରୋନା ପଜିଟିଭ ଚିହ୍ନଟ ଖବର ପ୍ରଚାର ହେବାପରେ ସେଠାକର ଜନସାଧାରଣ ନିକଟସ୍ଥ ବାରମାଇଲ ଛକକୁ ସଉଦା ଆଣିବାକୁ ଆସିଥିବାବେଳେ ଦୋକାନୀ ସେମାନଙ୍କୁ ମନାକରି ଫେରାଇ ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ପୁନଶ୍ଚ ଗାଁ ପୋଖରୀରେ ଗାଧୋଇବାକୁ ଅନ୍ୟ ଗ୍ରାମବାସୀ ବାରଣ କରିବା ସହିତ ଧାନ ନପେଶାଇ ହଲରମାଲିକ ଫେରାଇ ଦେଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଅନୁରୁପ ଭାବେ ଗ୍ରାମର ଅନ୍ୟ ସାହିରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପିଲାମାନଙ୍କୁ ଆବଶ୍ୟକ ଔଷଧ ବଣ୍ଟାଯାଇଥିବାବେଳେ କରୋନା ପଜିଟିଭ ବାହାରିଥିବାରୁ ଆଦିବାସୀ ସାହିର ପିଲାମାନଙ୍କୁ ଔଷଧ ବଣ୍ଟା ଯାଇନଥିବା ଅଭିଯୋଗ କରିଥିଲେ ଆଦିବାସୀ ସାହିର ଲୋକମାନେ ଏକପ୍ରକାର ସାମାଜିକ ବାସନ୍ଦ ହେବା ଭଳି ପରିସ୍ଥିତିର ସାମ୍ନା କରୁଥିବାରୁ ଏଥିରେ ଉତ୍ତେଜିତ ହୋଇ ଗୁରୁ ବାର ଅପରାହ୍ନ ୧ଟାରେ ବାରମାଇଲ ଠାରେ ବାରିପଦା-ଚିତ୍ର ଡା ରାସ୍ତା ଅବରୋଧ କରିଥିଲେ । ଖବରପାଇ ମୋରଡାବିଡି ଓ ପ୍ରିୟବ୍ରତ ପାଢୀ, ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ, ବେତନଟୀ ଥାନା ପକ୍ଷରୁ ଏସଆଇ ବେଦପ୍ରକାଶ ନନ୍ଦ, ଏଏସଆଇ ଚନ୍ଦ୍ରକାନ୍ତ ରଣଜିତଙ୍କ ସମେତ ମୋରଡା ଥାନା କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ଜନସାଧାରଣଙ୍କ ଦାବି ମୁତାବକ । ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟାରେ ରାସ୍ତାରୋକ ହଟିଥିଲା । ଦୀର୍ଘ ତିନିଘଣ୍ଟା ସମୟ ଧରି ରାସ୍ତାଅବରୋଧ ରହି ବାରୁ ଉଭୟପଟେ ବହୁ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା । ତେବେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଆଧୁନିକ ସମାଜରେ ବାସନ୍ଦ କରିବା ଭଳି ବ୍ୟବହାର ପ୍ରଦର୍ଶନ ନିନ୍ଦନୀୟ ‘ହୋଇଥିବାବେଳେ ଏଥିରେ ସରକାର ଜନସାଧାରଣଙ୍କୁ ସଚେତନ କରାଇବାରେ ବିଫଳ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଉଭେଜିତ ଜନସାଧାରଣଙ୍କୁ ବୁଝାସୁଝା କରିବାକୁ ଯାଇଥିବା ଆଶାକର୍ମୀ ମଧ୍ୟ ସେମାନଙ୍କ ଆକ୍ରୋଶର ଶୀକାର ହୋଇ ଆହତ ହୋଇଥିଲେ ।