ଆଦିବାସୀ ମହିଳାଙ୍କ ଗଣବଳାତ୍କାର ଘଟଣା

Spread the love

ମୋରଡା,୨୫.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ମୋରଡ଼ା ଅଞ୍ଚଳରେ ଆଦିବାସୀ ବିବାହିତ ମହିଳାକୁ ଗଣବଳାତ୍କାର ଘଟଣାରେ ଗତକାଲି ମୋରଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । ଗିରଫ  ଅଭିଯୁକ୍ତ ଜଣଙ୍କ ହେଲେ ସେକ୍ ଏମଡି ଆବାସ (ପୁଟୁକୁ)(୨୭) । ଏଥିସହ ଘଟଣାରେ ବ୍ୟବହୃତ ବାଇକ୍  (ଓଡ଼ି .୧୧.ୟୁ.୨୯୧୧)ଟିକୁ ଜବତ କରାଯାଇଥିବା ଆଇଆଇସି କୁନି ବେଶ୍ରା ସୂଚନା ଦେଇଛନ୍ତି । ତେବେ ଅତିଶୀଘ୍ର ଆଉ ୨ ଅଭିଯୁକ୍ତ ଧରାପଡ଼ିବେ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ଘଟଣା ଅନୁଯାୟୀ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ମୟୂରଭଞ୍ଜ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଡିସନାଲ ଏସପି ସୁଦାମ ଚରଣ ସାହୁ ଙ୍କ ହସ୍ତକ୍ଷେପ ପରେ ମୋରଡ଼ା ପୁଲିସ ଆକ୍ସନ ନେଇଥିଲା । ତେବେ ଗତକାଲି ଏସଡିପିଓ ଲଲିତ ପଟ୍ଟନାୟକ ପୀଡ଼ିତା ଙ୍କ ଘରକୁ ଯାଇ ପୀଡିତାଙ୍କୁ ଭେଟି ସବିଶେଷ ତଥ୍ୟ ନେଇ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବାଲି ଆଶ୍ୱାସନା ଦେଇଥିଲେ । ତେବେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବାକୁ ନେଇ ଗତ ୧୯ ତାରିଖରେ ଗ୍ରାମର ମହିଳା ମାନେ ଏକତ୍ରୀତ ହୋଇ ଥାନାରେ ଏବଂ ଗତ ୨୨ ତାରିଖରେ ବିଜେପିର ଏକ ପ୍ରତିନିଧି ଦଳ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ତେବେ ଚାରି ଅଭିଯୁକ୍ତ ମଧ୍ୟରୁ ଦୁଇ ଜଣ ଧରାପଡ଼ିଥିବା ବେଳେ ବାକି ଦୁଇ ଅଭିଯୁକ୍ତ ଏବଂ ଘଟଣାରେ ବ୍ୟବହୃତ କାର ଅତିଶୀଘ୍ର ଜବତ କରାଯିବ ବୋଲି ମୋରଡା ଆଇଆଇସି ସୂଚନା ଦେଇଛନ୍ତି । ପୀଡିତା ନିଶ୍ଚିତ ନ୍ୟାୟ ପାଇବେ ବୋଲି ପୀଡିତାଙ୍କ ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ଆସ୍ଥା ସୃଷ୍ଟି ହୋଇଛି ।

Related Posts

About The Author

Add Comment