ଆଦିବାସୀ ଚାଷୀମାନଙ୍କୁ ନେଇ ମକାଚାଷ କାର୍ଯ୍ୟକ୍ରମ
ବୈପାରିଗୁଡା, ୮/୭ (ସନ୍ଧାନ ନିୟୁଜ ) କୋରାପୁଟ ଜିଲ୍ଲାର ବୈପାରିଗୁଡା ଏବଂ କୁନ୍ଦୁରା ୨ଗୋଟି ବ୍ଳକର ୫ଟି ଗ୍ରାମପଚାୟତ ରୁ ୧୩୦ ଏକର ଜମିରେ ୧୩୦ ଜଣ ଚାଷୀଙ୍କୁ ନେଇ ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଜୟପୁର ଏବଂ ସି ୱାଇ ଏସ ଡ଼ି – ପ୍ରୟାସ ପକ୍ଷରୁ ମକାଚାଷ କରିବା ପାଇଁ ମକା ବିହନ ପ୍ରଦାନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଆଦିବାସୀ ଚାଷୀଙ୍କୁ ଜଣକା ପିଛା ୮କେଜି ବିହନ ଯୋଗାଇ ଦିଆଯାଇଥିବାର ଜଣାପଡିଛି ।ଚାଷୀମାନେ ବିହନ ନେଇ ମକାଚାଷ କରିବେ ଏବଂ ପାଣିପାଗ ଭଲ ରହିଲେ ଜଣେ ଜଣେ ଚାଷୀ ଏକ ଏକର ଜମିରୁ ୧୨ରୁ ୧୫ କୁଇଣ୍ଟାଲ ଅମଳ କରିବେ ବୋଲି ପ୍ରକାଶ କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମକୁ ସି ୱାଇ ଏସ ଡ଼ି ର କର୍ମୀ ଦିଲ୍ଲୀପ କୁମାର ରଥ, ସୁଶାନ୍ତ ହରିଜନ ଏବଂ ସଞ୍ଜୟ କୁମାର ପଣ୍ଡା ପରିଚାଳନା କରିଥିବା ଜଣାପଡ଼ିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
Related Posts
About The Author