ବୈପାରିଗୁଡା, ୨୬/୪ (ସନ୍ଧାନ ନିୟୁଜ/ସରୋଜ ଲେଙ୍କା) – କୋରାପୁଟ ଜିଲ୍ଲା ଜୟପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ବୈପାରୀଗୁଡା ସିୱାଇଏସଡ଼ି ମିଳିତ ସହଯୋଗରେ ବୈପାରୀଗୁଡାର ତିନୋଟି ପଞ୍ଚାୟତ ଚାଷୀ ଚିନା ବାଦାମ ଚାଷରେ ଉପକୃତ ହେବେ ବୋଲି ଜଣାପଡିଛି ।ଏହି ତିନୋଟି ପଞ୍ଚାୟତର ରାଜୁଗୁଡା, ସୁକୁଆପଦର, ଦୋରାପୁଟ, କୁରୁକୁଟି, ରାଉଳିଗୁଡା, ବୋଳିଗୁଡା, ଖରାଗୁଡା, ଓ ଚନ୍ଦ୍ରପୋଡାର ମୋଟ ୨୨୫ଜଣ ଚାଷୀ ୨୨୫ଏକର ଜମିରେ ଚାଷ କରୁଛନ୍ତି | ସଂସ୍ଥା ତରଫରୁ ବିହନ, ଜୈବିକସାର ଓ କୀଟ ନାଶକ ଔଷଧ ଯୋଗାଇ ଦିୟାଯାଇଛି | ଚାଷୀଙ୍କ କହିବା ଅନୁଯାଇ ୧୨୦୦ କୁଇଣ୍ଟାଲରୁ ୧୫୦୦ କୁଇଣ୍ଟାଲ ଅମଳ ହେବାର ଆକଳନ କରୁଛନ୍ତି | ଏଥିରେ ଚାଷୀଙ୍କୁ ଜଣକ ପିଛା ୨୫୦୦୦ରୁ ୩୦୦୦୦ ଟଙ୍କା ଲାଭ ଉଠେଇ ପାରିବ ବୋଲି ସିୱାଇଏସଡ଼ି ଜିଲ୍ଲା ସଂଯୋଜକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ଦିଲୀପ କୁମାର ରଥ, ସୁଶାନ୍ତ ହରିଜନ, ସଞ୍ଜୟ କୁମାର ପଣ୍ଡା ପରିଚାଳନା କରୁଛନ୍ତି |
ଆଦିବାସୀ ଉନ୍ନୟନ ସଂସ୍ଥା ଓ ସିୱାଇଏସଡ଼ି ପକ୍ଷରୁ ଚାଷୀ ସଚେତନତା କାର୍ଯ୍ୟକ୍ରମ
|
April 26, 2019 |
