ଆଦିବାସୀଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

Spread the love

ଠାକୁରମୁଣ୍ଡା, ୨୫/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) :ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବା ପ୍ରତିବାଦରେ ଗତ କାଲି ଠାକୁରମୁଣ୍ଡାଠାରେ ଆଦିବାସୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ବ୍ଳକରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୀର ବିର୍ସାମୁଣ୍ଡା ବିକାଶ ସମିତି ପକ୍ଷରୁ ପ୍ରାୟ ୨ ହଜାରରୁ ଉଦ୍ଧ ଆଦିବାସୀ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରି ଠାକୁରମୁଣ୍ଡା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ଏକ ପ୍ରତିବାଦ ସଭା କରି ପ୍ରତିମୂର୍ତ୍ତି ଭଙ୍ଗା ଅପରାଧୀଙ୍କୁ ଗିରଫ କରିବା, ବିର୍ସାମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ପୁନଃ” ସ୍ଥାପନ, ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ, ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟକୁ ବିର୍ସା ମୁଣ୍ଡା ନାମରେ ନାମିତ କରିବା, ଆଦି ୬ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ବିର୍ସାମୁଣ୍ଡା ହା ସମାଜ ସଭାପତି ରାମରାୟ ମୁଦିଆ,ଜିଲ୍ଲା ପରିଷଦ ସଭ୍ୟ ସମାଇ ପୂର୍ତ୍ତି, ପେଲଙ୍ଗ ଚାତାର, ପୂର୍ବତନ ବିଧାୟକ ପଦ୍ମଚରଣ‌ ହାଇବୁରୁ, ଗୁନାରାମ ସୟ, ମାର୍କଣ୍ଡ ହେମ୍ରମ, ଶୁକଲାଲ ପାଲେୟା, ଜେମାମଣି ସୋରେନ, ପୁଷ୍ପାଞ୍ଜଳି ସିଦୁ, ପ୍ରହ୍ଲାଦ ଗାଗରାଇ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ । ପ୍ରକାଶଥାଉକି, ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢ଼ିପା ସାହିଠାରେ ୩ ବର୍ଷ ପୂର୍ବରୁ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ଗତ ୯ ତାରିଖ ରାତିରେ କେହି ଦୁବ୍ ଏହାକୁ ଭାଙ୍ଗି ଦେଇଛି । ଏହି ଘଟଣାକୁ ନେଇ ଆଦିବାସୀ ନେମଣ୍ଡଳୀ ତୀବ୍ର ପ୍ରତିକ୍ରିୟା କରିଥିଲେ । ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତୀ ସମେତ ସ୍ଥାନୀୟ ଲୋକ ପ୍ରତିନିଧିମାନେ ପ୍ରତିମୂର୍ତ୍ତି ଭଙ୍ଗପୁଳ ପରିଦର୍ଶନ କରିଥିଲେ । ଏନେଇ ବିର୍ସା ମୁଣ୍ଡା ସଂଘ ପକ୍ଷରୁ ସନ୍ଦେହରେ କରେ ବନକର୍ମଚାରୀ ଏଥିରେ ସମ୍ପୃକ୍ତ ବା ନେଇ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରଯାଇଥିଲା । ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସଂପୃକ୍ତ ଦୁର୍ଭକୁ ଧରିବାକୁ କେତେକ ଆଦିବାସୀ ପ୍ରତିମୂର୍ତ୍ତି ଭଙ୍ଗାସୁଳରେ ବସି ରହିଥିଲେ । ଦୋଷୀକୁ ଧରିବାକୁ ଘଟଣାସ୍ଥଳକୁ ପୁଲିସ ଉଚ୍ଚ ଅଧିକାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଗତ ୧୪ ତାରିଖ ପୁଲିସ ସନ୍ଧାନୀ କୁକୁର ଆଣି ଥିବାବେଳେ କୁକୁର ଦ୍ୱାରା ଦୁର୍ବୃତ୍ତ ଖୋଜିବାକୁ ବିର୍ସାମୁଣ୍ଡା ବିକାଶ ପରିଷଦର ସଦସ୍ୟମାନେ ବିରୋଧ କରିଥିଲେ । କାରଣ ସେତେବେଳେ ଭଙ୍ଗାମୂର୍ତ୍ତିକୁ ଅନେକ ଲୋକ ହାତ ଓ ମୁଣ୍ଡ ଲଗାଇ ସାରିଥିଲେ । ଫଳରେ ପୁଲିସକୁ ନିରାଶ ହେବାକୁ ପଡିଥିଲା । ତେବେ ପ୍ରକୃତ ଦୋଷୀକୁ ଧରିବା ପାଇଁ ବିର୍ସାମୁଣ୍ଡା ବିକାଶ ପରିଷଦ ଦାବି କରି ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଭି ଭି କି ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।

Related Posts

About The Author

Add Comment