ତିହିଡ଼ି ୧୦/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳ ସାହି ପଞ୍ଚାୟତ ରେ ଥିବା ଭଗବତୀ ବାଳିକା ଶିକ୍ଷାୟତନ ର ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ ତାଙ୍କ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରି ଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଦୈନିକ ସମାଜ ଖବର କାଗଜ ର ତିହିଡ଼ି ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ରାମ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ବରିଷ୍ଠ ଶିକ୍ଷକ ଅମର ନାଥ ଶତପଥୀ, ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଶ୍ଵନାଥ ପଣ୍ଡା, ଅନ୍ୟ ତମ ଅତିଥି ଭାବରେ ଯୋଗଦେଇ ଥିଲେ ପ୍ରଶାନ୍ତ ମିଶ୍ର, ସସ୍ମିତା ମଞ୍ଜରୀ ନାୟକ, ଦୈନିକ ଖବର କାଗଜ ସନ୍ଧାନ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ। ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ରଘୁନାଥ ପଶୁପାଳକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଅତିଥି ମାନେ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ ଙ୍କ ଗୁଣାବଲି ସଂପର୍କ ରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ନାୟକ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। ଅନ୍ୟ ସହଯୋଗୀ ମାନଙ୍କ ମଧ୍ୟରେ ଅମର ନାୟକ, ଅଭୟ କୁମାର ସାମଲ, କାଞ୍ଚନ ରାଉଳ, ସୁକାନ୍ତ କୁମାର ନାୟକ, ବୀଣାପାଣି ବିଶ୍ୱାଳ, ରାଜଶ୍ରୀ ଆଚାର୍ଯ୍ୟ, ମନୋରମା ଦାଶ, ବିମଳା ବେହେରା, ମହେଶ୍ୱର ସାହୁ, ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋସ୍ନା ରାଣୀ ପାତ୍ର, ରଶ୍ମିତା ଯେନା, କୈଳାଶ ବାରିକ୍ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ। ଛାତ୍ର ଓ ଛାତ୍ରୀ ମାନେ କାନ୍ଦି କାନ୍ଦି ତାଙ୍କ ପ୍ରିୟ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ ଙ୍କୁ ବିଦାୟ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଯ ସନ୍ଧାନ।
ଆଦର୍ଶ ଶିକ୍ଷୟତ୍ରୀ ଜୟନ୍ତୀ ଖୁଣ୍ଟିଆ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ।
|
April 10, 2026 |



