ଜଳେଶ୍ଵର ୫/୩/୨୬ (ସନ୍ଧାନ ନ୍ୟୁଜ ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତ ର ଶାଳୀ କୋଠା ଗୋଟିଏ ଛୋଟ ଗାଁ। ଏହି ଗ୍ରାମ ରେ ୧୯୬୨ମସିହା ରେ ଜନ୍ମ ଗ୍ରହଣ କରିଥିଲେ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ପାତ୍ର।ବାପା ନିବାରଣ ପାତ୍ର ଓ ମା ଶ୍ରୀମତୀ ମୁତ୍ୟଦାମଣି ପାତ୍ର ଙ୍କ ନୟନ ମଣି ଥିଲେ ଶ୍ରୀଯୁକ୍ତ ପାତ୍ର। ପିଲା ଦିନରୁ ସେ ଜଣେ ଭଲ ମଣିଷ ହେବେ ବୋଲି ସୂଚନା ମିଳି ଥିଲା। ନିଜ ପାଠ ପଢା ସରିବା ପରେ ସେ ୧୯୯୧ ମସିହା ରେ ସହି ଗାଁ ରେ ଥିବା ଏଲ୍ ଏନ ପ୍ରାଥମିକ ବିଦ୍ୟାଳୟ ରେ ତାଙ୍କ ଚାକିରି ଜୀବନ ଆରମ୍ଭ କରି ଏବେ ସିମୁଳିଆ ବ୍ଲକ ଅନ୍ତର୍ଗତ ବାଟି ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରୁପେ କାର୍ଯ୍ୟରତ। ବିଦ୍ୟାଳୟ କୁ ଠିକ୍ ସମୟରେ ଆସିବା,ବିଦ୍ୟାଳୟ କୁ ସଫା ରଖିବା, ଶ୍ରେଣୀରେ ଶୃଙ୍ଖଳିତ ଭାବେ ପାଠ ପଢେଇବା, ସମୟ ମିଳିଲେ ବୃକ୍ଷ ରୋପଣ କରିବା ତାଙ୍କର ଦୈନଦିନ ଅଭ୍ୟାସ ଥିଲା। ଦୁଇ ଟି ଝିଅ ଓ ଗୋଟିଏ ପୁଅ କୁ ନେଇ ତାଙ୍କର ଛୋଟିଆ ସଂସାର। ଯେକୌଣସି ସମୟରେ ଘର କୁ ଗଲେ ଗାଁ ଦାଣ୍ଡ, ଗାଁ ରାସ୍ତା କୁ ସଫା ରଖିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ଗୁରୁ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏଭଳି ଜଣେ ଶିକ୍ଷକ କୁ ପାଇ ବାଟି ଅଞ୍ଚଳ ବହୁତ ଖୁସି। ଜଗନ୍ନାଥ ମହାପ୍ରଭୁ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ।ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଆଦର୍ଶ ଶିକ୍ଷକ ଓ ସମାଜ ସେବୀ, ସୁଧୀର କୁମାର ପାତ୍ର
|
March 5, 2026 |



