ସୁନ୍ଦରଗଡ଼ ତା:୨୬/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କୁଲ ବସ ଦୀର୍ଘଦିନ ଧରି ଚଳାଚକ କରୁ ନ ଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଲେଫ୍ରିପଡା ବ୍ଲକର ଛଟେନପାଳିରେ ଥିବା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଯିବାଆସିବା କରି ପାଠ ପଢୁଥିବାବେଳେ ହଷ୍ଟେଲ ନିର୍ମାଣଧୀନ ଅବସ୍ଥାରେ ରହିଛି । ଅନେକ ସମୟଧରି ଅଭିଭାବକମାନେ
ସ୍କୁଲ ପ୍ରଶାସନ ଓ ଜିଲା ପ୍ରଶାସନ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉଚିତ ପଦକ୍ଷେପ ନିଆଯାଇ ନାହିଁ । ପ୍ରଶାସନ କେବଳ ଆଶ୍ୱାସନା ଦେଉଥିବା କଥା ଜଣାପଡିଛି । ସ୍କୁଲ ଖୋଲିବା ଦିନ ଠାରୁ କରୋନା କଟକଣା ପରେ ଗତ ଅକ୍ଟୋବର ୨୫ତାରିଖ ଦିନ ଅଷ୍ଟମ ଶ୍ରେଣୀ ଓ ନଭେମ୍ବର ୧୫ତାରିଖରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାହେଲା । ଏବେ ପାଠ ପଢ଼ାପଢିରେ ଯାତୟତର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । ଚଳିତ ଏକ ମାସ ଭିତରେ ତିନିଥର ଲିଖିତ ଅଭିଯୋଗ ଜଣାଇଛନ୍ତି ଅଭିଭାବକମାନେ ହେଲେ ମିଛ ଆଶ୍ୱାସନା ସହିତ ତାହା କାର୍ଯ୍ୟକାରୀ ହେଉ ନ ଥିବାବେଳେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆସନ୍ତା ୨୯ ତାରିଖ ଭିତରେ ଏହାର ପ୍ରତିକାର କ୍ରା ନ ଗଲେ ଅଭିଭାବକମାନେ ଜିଲ୍ଲାପାଳ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିବେବୋଲି ସୂଚନା ଦେଇଛନ୍ତି । ଅଭିଭାବକମାନେ ଜିଲ୍ଲା କାର୍ଯାଲୟକୁ ଆସି ସ୍ମାରକପତ୍ର ଦେଇଥିବା ଜଣାପଡିଛି ।
ଆଦର୍ଶ ବିଦ୍ୟାଳୟରେ ସ୍କୁଲ ବସର ଅନିୟମିତତା ଅଭିଯୋଗ, ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯାଳୟ ଘେରାଉ
|
November 26, 2021 |