ମାଲକାନଗିରି,୦୨୧/୦୪/୨୧ (ସନ୍ଧାନ ନିଉଜ) : ଆତ୍ମସମର୍ପଣ କଲା ଟପ ମାଓନେତା କ୍ରିଷ୍ଣା ଓରଫ ଏମ୍. ଜଳନ୍ଦର ରେଡ୍ଡୀ । ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ କାର୍ପଟଦାର ଥିଲା କ୍ରିଷ୍ଣା । ଜନ୍ତୁରାଇ ଠାରେ ଏକ କଲଭର୍ଟ ନିକଟରୁ ଗନ୍ ପଏନ୍ଟ ରେ ଭିନିଲ କ୍ରିଷ୍ଣାଙ୍କୁ ଆଖିରେ କଳା ପଟ୍ଟି ବନ୍ଧି ତାଙ୍କୁ ଅପହରଣ କରି ନେଇଥିଲା କ୍ରିଷ୍ଣା । ଆଉ ମୁକ୍ତି ସମୟରେ ଆୟୋଜିତ ପ୍ରଜାକୋର୍ଟରେ ମଧ୍ୟ ମୁଖ୍ୟ ଭୂମିକା ନିଭେଇ ଥିଲା କ୍ରିଷ୍ଣା । ସେହିପରି ୨୦୦୮ ବାଲିମେଳା ଜଳଭଣ୍ଡାରସ୍ଥିତ ଆଲମପକା ଲଞ୍ଚ ଉପରେ ଆକ୍ରମଣ ଓ ୩୮ ଗ୍ରେହାଉଣ୍ଡ ଯବାନଙ୍କ ହତ୍ୟା ମାମଲାରେ ମୁଖ୍ୟ ଭୂମିକା ତୁଲାଇ ଥିଲା ଏହି ମାଓନେତା । ୨୦୦୪ କୋରାପୁଟ ଅସ୍ତ୍ରାଗାର ଲୁଟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ସହ ଆନ୍ଧ୍ରରେ ମଧ୍ୟ ବହୁ ବଡ ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ରହିଛି । ତେବେ ମାଓ ନୀତି ଆଦର୍ଶରୁ ବିମୁଖ ହେବା ସହ ସ୍ୱାଭିମାନ ଅଞ୍ଚଳରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତକାଲି ଆନ୍ଧ୍ରପ୍ରଦେଶ ଅମରାବତୀଠାରେ ପୁଲିସ ଡିଜିପି ଡିଜି ସାଓଙ୍ଗଙ୍କ ନିକଟରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା ।
ଆତ୍ମସମର୍ପଣ କଲା ଟପ ମାଓନେତା କ୍ରିଷ୍ଣା
|
April 21, 2021 |


