ଆତଙ୍କବାଦୀ ପାଳିବା ବନ୍ଦ କରୁ ପାକିସ୍ତାନ – ଆମେରିକା

Spread the love

ୱାଶିଂଟନ, ୧୪/୧୦ (ସନ୍ଧାନ ନିଉଜ) : ପାକିସ୍ତାନ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେଉ ବୋଲି ଆମେରିକା କହିଛି। ଏହା ବ୍ୟତୀତ ଲସ୍କରେ ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀମାନଙ୍କ ସମେତ ଏହାର ନେତା ହାଫିଜ୍‍ ସଇଦ୍‍ ବିରୁଦ୍ଧରେ ମଧ୍ୟ ତାହାକୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମେରିକା ଦୃଢ ଭାବରେ କହିଛି। ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ସମ୍ବନ୍ଧୀୟ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପୂର୍ବରୁ ଏହି ବିବୃତ୍ତି ପ୍ରକାଶ ପାଇଛି। ଆମେରିକା ବୈଦେଶିକ ବିଭାଗର ଦକ୍ଷିଣ ଓ ମଧ୍ୟଏସିଆ ବ୍ୟୁରୋ ମୁଖ୍ୟ ଆଲିସ୍‍ ୱେଲ୍‍ସ ଲସ୍କରେ ତୋଇବା ଏବଂ ଜମାତ୍‍ ଉଦ୍‍ ଦୱାର ବଡ଼ବଡ଼ ଚାରିଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି।

ଗତ ଗୁରୁବାର ଦିନ ସେହି ୪ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଉଥିବା ଅଭିଯୋଗ ରହିଛି। ପାକିସ୍ତାନ ଏହାର ସୁରକ୍ଷିତ ଭବିଷ୍ୟତ ପାଇଁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ନିଜ ମାଟିରେ କାର୍ଯ୍ୟ କରିବାରୁ ରୋକିବାକୁ ହେବ ବୋଲି ସେ ଟ୍ୱିଟ୍‍ କରି କହିଛନ୍ତି। ପାକିସ୍ତାନ ବିଶ୍ୱବାସୀଙ୍କ ଆଖିରେ ଧୂଳି ଦେବା ଭଳି ଆତଙ୍କବାଦୀମାନଙ୍କୁ ଗିରଫ କରି ଖଲାସ କରିଦେବାର ଅନେକ ନଜୀର ରହିଛି।

Related Posts

About The Author

Add Comment