ଆଣ୍ଡାମାନ୍ ନିକୋବର ଛୁଇଁଲା ମୌସୁମୀ
ଭୁବନେଶ୍ୱର ୧୮/୫ (ସନ୍ଧାନ ନିୟୁଜ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ନିକୋବର ଛୁଇଁଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ଦ୍ୱୀପରେ ବର୍ଷା ଆରମ୍ଭ ହୋଇଯାଇଛି ।
ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି। ଆଇଏମଡିର ଆକଳନ ଅନୁସାରେ ଜୁନ୍ ୬ରେ କେରଳ ଛୁଇଁପାରେ ମୌସୁମୀ।
ଓଡ଼ିଶାରେ ଜୁନ୍ ୧୦ରେ ମୌସୁମୀ ଛୁଇଁବାକୁ ଥିଲେ ମଧ୍ୟ ସାମାନ୍ୟ ବିଳମ୍ବ ହେବ। ତେବେ ଆହୁରି ୩ ଦିନ ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
![](https://sandhannews.com/wp-content/uploads/2018/06/sandhan-tv-4-300x227.jpg)
Related Posts
About The Author