ସୁନ୍ଦରଗଡ ତା:୨୭/୯ ୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଉଜ୍ଜଲପୁର ବନଖଣ୍ଡ ଅନ୍ତର୍ଗତ କିଞ୍ଜିରକେଲା ପଞ୍ଚାୟତର କରୁଆବାହାଲ ଗ୍ରାମରେ ହାତୀ ପଲର ଉପଦ୍ରବ ଦେଖିବାକୁ ମିଳିଛି । ବିଗତ ଆଠଦିନ ଧରି ୧୨ଗୋଟି ହାତୀପଲ ଘେରରେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଅଞ୍ଚକରେ ଅତ୍ୟଧିକ ଫସଲ ନଷ୍ଟ କରିବା ସହିତ ଘରଭାଙ୍ଗିଦେବା ସୂଚନା ସାମ୍ନାକୁ ଆସିଛି । ଅଞ୍ଚଳ ଲୋକେ ରାତ୍ରି ସମୟରେ ଶୋଇପାରୁ ନ ଥିବା ଜଣାପଡିଛି । ଏହି ହାତୀପଲକୁ ଘଉଡାଇବା ପାଇଁ ସ୍ଥାନୀୟ ବନବିଭାଗ କର୍ମୀ ସାନିକା ଟପ୍ପୋ ତାଙ୍କ ସହଯୋଗୀଙ୍କ ସହିତ ଲାଇଟ,ବାଦ୍ୟଯନ୍ତ୍ର ଧରି କାର୍ଯ୍ୟରତ ଥିବା ସୁତ୍ରରୁ ଜଣାଡିଛି । ସ୍ଥାନୀୟ ଅଞ୍ଚଳର କେତେକ ଚାଷୀଙ୍କ ଅନେକ ଫସଲ ନଷ୍ଟ ହେବାର ସୂଚନା ମିଳିଛି ।
ଆଠଦିନଧରୀ ହାତୀପଲଙ୍କ ଉପଦ୍ରବ ,ଅଞ୍ଚଳବାସୀ ଆତଙ୍କିତ
|
September 26, 2021 |



