ବୁଗୁଡ଼ା : ୨୨ /୧/୨୦୨୧(ସନ୍ଧାନ ନିଉଜ) : ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ଡଃ. ଏଲ୍. କେ. ତ୍ରିପାଠୀ ଆଜି ଅଚାନକ ବୁଗୁଡ଼ା ପିପୁଲ୍ସ କଲେଜ ପରିଦର୍ଶନ କରିଛନ୍ତି । ସେ କଲେଜରେ ପହଞ୍ଚି ସିଧାସଳଖ ଶ୍ରେଣୀ ଗୃହରେ ପ୍ରବେଶ କରି ଅଧ୍ଯାପନା କାର୍ଯ୍ୟ ନିରୀକ୍ଷଣ କରିଥିଲେ । ତା’ପରେ ସେ ବିଜ୍ଞାନ ପରୀକ୍ଷାଗାରରେ ପହଞ୍ଚି ପିଲାଙ୍କ ପ୍ରାକ୍ଟିକାଲ କ୍ଲାସ ଦେଖିବା ସହ କଲେଜରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ କଲେଜର ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ସହ କଲେଜ ଶ୍ରେଣୀର ସିଟ୍ ବୃଦ୍ଧି ଓ ଉନ୍ନୟନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏ ପରିପ୍ରେକ୍ଷୀରେ କଲେଜ ଶିକ୍ଷକମାନେ ଘରୋଇ ଟିଉସନ୍ ନକରିବାକୁ ତାଗିଦ୍ କରିଥିଲେ । Report-Budhiram Sahoo
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଚାନକ ବୁଗୁଡ଼ା କଲେଜ ପରିଦର୍ଶନ, ଟିଉସନ୍ ନକରିବାକୁ ତାଗିଦ୍
|
January 22, 2021 |
