ଆଝାରଙ୍କ ପୁଅକୁ ବାହାହେବେ ସାନିଆଙ୍କ ଉଉଣୀ

Spread the love

ହାଇଦ୍ରାବାଦ, ୭/୩ (ସନ୍ଧାନ ନିୟୁଜ) : ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କ ଉଉଣୀ ଆନମ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ। ଅସଦ ଓ ଆନମ ଦୀର୍ଘଦିନ ହେବ ପରସ୍ପରକୁ ପ୍ରେମ କରୁଥିଲା ବେଳେ ଏବେ ଏହାକୁ ବିବାହର ରୂପ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୫ ବର୍ଷୀୟ ଅସଦ ଏବଂ ୨୮ ବର୍ଷୀୟା ଆନମ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ଏହାର ସଙ୍କେତ ଦେଇଛନ୍ତି। ଉଭୟ ଏକାଠି ଦୁବାଇରେ ସପିଂ କରୁଥିବାର ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଏମାନେ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ଆବଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆନମଙ୍କର ଅବଶ୍ୟ ଏହା ଦ୍ବିତୀୟ ବିବାହ ହେବ। ୨୦୧୬ ନଭେମ୍ବର ୧୮ ତାରିଖରେ ସେ ମହାଆଡ଼ମ୍ବରରେ ହାଇଦ୍ରାବାଦର ଫଲକନାମା ରାଜପ୍ରସାଦରେ ଆକବର ରସିଦଙ୍କୁ ବିବାହ କରିଥିଲେ। ଦୁଇ ବର୍ଷର ବୈବାହିକ ଜୀବନ ପରେ ଉଭୟଙ୍କର ବି‌ଚ୍ଛେଦ ହୋଇ ଯାଇଥିଲା। ଛାଡ଼ପତ୍ର ପରେ ଆନମ ନିଜଠାରୁ ଦୁଇ ବର୍ଷ ସାନ ଅସଦଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ଏବଂ ଦ୍ବିତୀୟ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Related Posts

About The Author

Add Comment