ଆଜି ୧୨, ୮୮୧ ସଂଖ୍ୟକ ଆକ୍ରାନ୍ତ କରୋନା ପଜିଟିଭ୍ ଚିହ୍ନଟ

Spread the love

ନୂଆଦିଲ୍ଲୀ, ୧୮/୦୬/୨୦ (ସନ୍ଧାନ ନିଉଜ) : ୧୨, ୮୮୧ କରୋନା ପଜିଟିଭ୍ ସହିତ ଆଜି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୬୬, ୯୪୬ ରେ ପହଞ୍ଚିଛି।

ଗୁରୁବାର ଦିନ ମୃତ୍ୟୁ ସଂଖ୍ୟା ୧୨, ୨୩୭ କୁ ବୃଦ୍ଧି ପାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ସକ୍ରିୟ ମାମଲା ସଂଖ୍ୟା ୧, ୬୦, ୩୮୪ ଥିବାବେଳେ ୧, ୯୪, ୩୨୪ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଜଣେ ରୋଗୀ ସ୍ଥାନାନ୍ତର ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୨.୯୫ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି।

କ୍ରମାଗତ ସପ୍ତମ ଦିନ ପାଇଁ ଭାରତ ୧୦, ୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।

୩୩୪ ନୂଆ ମୃତ୍ୟୁ ମଧ୍ୟରୁ ୧୧୪ ଜଣ ମହାରାଷ୍ଟ୍ରରେ, ୬୭ ଟି ଦିଲ୍ଲୀରେ, ୪୮ ଟି ତାମିଲନାଡୁରେ, ୨୭ ଟି ଗୁଜୁରାଟରେ, ୧୮ ଜଣ ଉତ୍ତରପ୍ରଦେଶରେ, ୧୨ ଜଣ ହରିୟାଣାରେ, ୧୧ ଜଣ ପଶ୍ଚିମବଙ୍ଗରେ, ୮ ଜଣ କର୍ଣ୍ଣାଟକରେ, ୬ ଜଣ ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ, ରାଜସ୍ଥାନରେ ୫, ବିହାରରେ ୩, ଜାମ୍ମୁ କାଶ୍ମୀର ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତ୍ୟେକ ଦୁଇ ଜଣ ଲେଖାଏଁ, ଛତିଶଗଡ, ଝାଡଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ପ୍ରତ୍ୟେକରେ ୧ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Related Posts

About The Author

Add Comment