ଆଜି ମହାକାଶ ଯାତ୍ରା କରିବେ ଶିରିସା ବନ୍ଦଲା |

Spread the love

ବାରିପଦା୧୧/୦୭(ସନ୍ଧାନ ନ୍ୟୁଜ୍)-: ଭାରତୀୟ ବଂଶୋଦ୍ଭବ ମହିଳା ଶିରିସା ବାନ୍ଦଲା ଆସନ୍ତାକାଲି ମହାକାଶ ଅଭିମୁଖେ ଯାତ୍ରା କରିବେ। କଳ୍ପନା ଚାଓ୍ବଲା ଏବଂ ସୁନୀତା ୱିଲିୟମ୍ପଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ମହାକାଶ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେବେ। କଳ୍ପନା ଚାଓ୍ବଲାଙ୍କ ପରେ ସେ ହେବେ ୨ୟ ଭାରତ ଜନ୍ମିତ ମହିଳା ମହାକାଶଚାରୀ । ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ ଏହି ମହାକାଶ ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଆସନ୍ତାକାଲି ଶରିସା ଅନ୍ୟ ୫ ଜଣ ମହାକାଶଚାରୀଙ୍କ ସହିତ ନ୍ୟୁ ମେକ୍ସିକୋରୁ ଯାତ୍ରା କରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦଳରେ ଭର୍ଜିନ ଗାଲାକଟିକର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ମଧ୍ୟ ଯାତ୍ରା କରିବେ । ୩୪ ବର୍ଷ ବୟସ୍କା ଶିରିସା ଜଣେ ଏରୋନୋଟିକାଲ ଇଂଜିନିୟର ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ତାଙ୍କର ଜନ୍ମ। ତେବେ ସେ ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନ ସହରରେ ବଢିଥିବା ବେଳେ ୨୦୧୫ରେ ଭର୍ଜିନ ଗାଲାକ୍ଟିକରେ ଜଣେ ଗବେଷକ ଭାବେ ଯୋଗ ଦେଇଥିଲେ ।

Related Posts

About The Author

Add Comment