ଆଜି ମମତାଙ୍କ ଗଡରେ ପିଏମ ମୋଦୀଙ୍କ ରାଲି, ୩୨୦୦ କୋଟି ପ୍ରକଳ୍ପର ଦେବେ ଉପହାର

Spread the love

ନୂଆଦିଲ୍ଲୀ ୨୦/୧୨/୨୫ (ସନ୍ଧାନ ନ୍ୟୁଜ) : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପି ଏବେଠୁ ବଳ କଷିଲାଣି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ପିଏମ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାଣାଘାଟରେ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ । ପିଏମ ମୋଦୀଙକ ଏହି ଗସ୍ତ ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏସଆଇଆର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଚାଲିଛନ୍ତି । ଏମିତି ସ୍ଥିରିେ ପିଏମ ମୋଦୀ ମଧ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ଏସଆଇଆର ପ୍ରସଙ୍ଗରେ ବଡ ବୟାନ ଦେଇ ପାରନ୍ତି ।  ପିଏମ ମୋଦୀ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ରାଜୀୟ ପଥ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଏହାର କିଛି ଭାଗର ଶିଳାନ୍ୟାସ କରିବେ । ନଦିଆ ଜିଲ୍ଲାରେ ଜାତୀୟ ରାଜପଥ ୩୪ର ବାରାଜାଗୁଲି-କୃଷ୍ଣନଗର ମାର୍ଗର ୬୬.୭ କିଲୋମିଟର ଲମ୍ବର ୪-ଲେନର ଉଦଘାଟନ କରିବେ । ଏହା ସହ ଉତ୍ତର ୨୪ ପ୍ରଗଣାରେ ଜାତୀୟ ରାଜପଥ ୩୪ର ବାରାସାତ-ବାରାଜାଗୁଲି ମାର୍ଗର ୧୭.୬ କିଲୋମଟର ୪- ଲେନର ଶିଳାନ୍ୟାସ କରିବେ ।  ଏହି ପ୍ରକଳ୍ପଗୁଡ଼ିକ କୋଲକାତା ଏବଂ ସିଲିଗୁଡ଼ି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ମାର୍ଗ ଭାବରେ କାର୍ଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ଯାତ୍ରା ସମୟକୁ ପ୍ରାୟ ୨ ଘଣ୍ଟା ହ୍ରାସ କରିବ, ନିରବଚ୍ଛିନ୍ନ ଟ୍ରାଫିକ ପାଇଁ ଦ୍ରୁତ ଏବଂ ସୁଗମ ଯାନବାହାନ ଚଳାଚଳ ସୁନିଶ୍ଚିତ କରିବ, ଯାନବାହାନ ପରିଚାଳନା ଖର୍ଚ୍ଚ ହ୍ରାସ କରିବ ଏବଂ କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ ପଡ଼ୋଶୀ ଜିଲ୍ଲା ଏବଂ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ସଂଯୋଗୀକରଣକୁ ଉନ୍ନତ କରିବ। ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଆର୍ଥିକ ବିକାଶକୁ ମଧ୍ୟ ବୃଦ୍ଧି କରିବ ଏବଂ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।

Related Posts

About The Author

Add Comment