ଆଜି ବିଜେଡିର ପ୍ରତିଷ୍ଠା ଦିବସ

Spread the love

ବାରିପଦା,୨୬/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଆଜି ବିଜେଡିର ପ୍ରତିଷ୍ଠା ଦିବସ । ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଦଳକୁ ନୂଆ ବାର୍ତ୍ତା ଦେବେ ସୁପ୍ରିମୋ । ଦଳର ତୃଣମୂଳସ୍ତର ଯାଏ ଏହି ବାର୍ତ୍ତା ପହଞ୍ଚିବ । ସାଙ୍ଗଠନିକସ୍ତରରେ ବି ବଡ଼ ପରିବର୍ତ୍ତନ ହେବ। ଆରମ୍ଭରୁ ଏହି ଆଭାସ ମିଳିସାରିଲାଣି। ସରକାର ଓ ଦଳ ଗୋଟିଏ ଧାରାରେ ଚାଲିବେ । ସରକାରଙ୍କ ପ୍ରତ୍ୟେକ ଉନ୍ନୟନ କାମର ବାର୍ତ୍ତାବହ ସାଜିବେ କର୍ମୀ । ସଂଗଠନରେ ଯୁବ ନେତୃତ୍ବଙ୍କୁ ଗୁରୁତ୍ବ ଦିଆଯିବ । ବରିଷ୍ଠ, ଗଉଁଆ ନେତାଙ୍କୁ କୋଣଠେସା କରାଯିବ । ଯେଉଁ ବରିଷ୍ଠ ନେତାମାନେ ସକ୍ରିୟ ସେମାନଙ୍କୁ ମିଳିବ ଗୁରୁତ୍ଵ । ବୁରୁ ପଞ୍ଚାୟତ ଓ ପଞ୍ଚାୟତରୁ ଜିଲ୍ଲା ସଂଗଠନକୁ ଅଧୁକ କ୍ରିୟାଶୀଳ କରାଯିବ । ଡିଜିଟାଲ ପ୍ଲାଟଫର୍ମକୁ ଗୁରୁତ୍ବ ଦିଆଯିବ । ୨୪ତମ ପ୍ରତିଷ୍ଠା ଦିବସ ପାଇଁ ଏମିତି କାର୍ଯ୍ୟଖସଡ଼ା ଓ ନକ୍ସା ପ୍ରସ୍ତୁତ କରିଛି ବିଜେଡି । ପ୍ରତିଷ୍ଠା ଦିବସ ପାଳନ ପାଇଁ ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଏକ ସମାବେଶ ହେବ। ଭିଡିଓ କନଫରେନ୍ସିରେ ଦଳର ମୁଖୁଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ । ନିର୍ବାଚନମଣ୍ଡଳୀସ୍ତରରେ କୋଭିଡ୍ କଟକଣା ମାନି ପ୍ରତିଷ୍ଠା ଦିବସ ପାଳନ  କରାଯିବ । ଦଳୀୟ ସଂଗଠନକୁ ବଳୁଆ କରିବାକୁ ତୃଣମୂଳସ୍ତରରୁ ଶୀର୍ଷସ୍ତରରେ ଅନେକ ନୂଆ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର ପାଇଁ ଦଳୀୟ ନେତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର ପାଇଁ ବରିଷ୍ଠ ଉପସଭାପତି ଓ କନିଷ୍ଠ‌ ଉପସଭାପତି ନିଯୁକ୍ତି ଦିଆଯାଇଛି । ସମ୍ପାଦକ ଓ ସାଧାରଣ ସମ୍ପାଦକ ସ୍ତରରେ ବରିଷ୍ଠ ଓ କନିଷ୍ଠ ଦୁଇ ବର୍ଗରେ ନେତାଙ୍କୁ ଅବସ୍ଥାପିତ କରାଯାଇଛି। ସମସ୍ତ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଜିଲ୍ଲାକୁ ଯାଇ ଦଳୀୟ ବ୍ୟାପାରର ତଦାରଖ କରିବେ । ଆଗକୁ ପୌର ନିର୍ବାଚନ ଥିବାରୁ ଏଥିପାଇଁ ସ୍ଵତନ୍ନ ରଣନୀତି କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ସଜବାଜ ଆରମ୍ଭ ହୋଇଯାଇଛି । ରକ୍ତଦାନ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ମୋ ପରିବାରନାମରେ ନୂଆ ୱିଙ୍ଗ୍ ଖୋଲାଯାଇଛି। ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଅଭିଯାନ ଜାରି ରହିଛି ।ନିର୍ବାଚନମଣ୍ଡଳୀରରେ ଏଥିପାଇଁ ସଂଯୋଜକ ନିଯୁକ୍ତି ହୋଇଛନ୍ତି। ଜୀବନବିନ୍ଦୁ କାର୍ଯ୍ୟକ୍ରମ ବ୍ୟାନରରେ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ରକ୍ତଦାନ ଶିବିର ଆୟୋଜିତ ହେଉଛି। ଜିଲ୍ଲାସ୍ତରରେ ନୂଆ ସଭାପତି ନିଯୁକ୍ତି ଦିଆଯାଇଛି । ଯୁବ ବିଜେଡି ଓ ଛାତ୍ର ବିଜେଡି ଭଳି ଛାମୁଆ ସଂଗଠନ ପାଇଁ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଏମାନେ ସଂଗଠନର ସଭାପତିଙ୍କୁ ମାର୍ଗଦର୍ଶନ ଦେବେ । ପୂର୍ବରୁ ଯୁବ ବିଜୁ ଜନତା ଦଳରେ ବ୍ଳକ୍‌ର ଯାଏ କର୍ମକର୍ତ୍ତା ରହୁଥିଲେ। କିନ୍ତୁ ଏବେ ଏହାକୁ ନବକଳେବର କରାଯାଇଛି। ଅଧିକ ଯୁବବର୍ଗଙ୍କୁ ସାମିଲ କରି ଯୁବ ବିଜେଡିକୁ କ୍ରିୟାଶୀଳ କରିବାକୁ ନୂଆ ଫର୍ମାଟ୍‌ରେ କମିଟି ଗଢ଼ିବାକୁ କସରତ ଚାଲିଛି । ୱାର୍ଡରରେ କର୍ମକର୍ତ୍ତା ନିଯୁକ୍ତି ଦେବାକୁ ଯୋଜନା ହୋଇଛି । ସମାନ ଭାବେ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କମିଟି ରଖାଯାଇଛି । ସେହିଭଳି ବିଜୁ ଛାତ୍ର ଜନତା ଦଳକୁ ଟାଣ କରିବାକୁ ସବୁ କ୍ୟାମ୍ପରେ କମିଟି ଗଢ଼ିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପଞ୍ଚାୟତର ଯାଏ ଛାତ୍ର ସଂଗଠନର କର୍ମକର୍ତ୍ତା ରଖୁବାକୁ ଦଳୀୟ ନିଷ୍ପତ୍ତି ହୋଇଛି । ନୂଆବର୍ଷ ପରେ ମହିଳା ଶାଖା ଓ ସଂଖ୍ୟାଲଘୁ ସେଲ୍‌କୁ ନୂଆ ରୂପ ଦେବାକୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

Related Posts

About The Author

Add Comment