ଆଜି ଜାତୀୟ ଗଣିତ ଦିବସ : ମନେ ପଡନ୍ତି ଗଣିତର ଯାଦୁଗର ଶ୍ରୀନିବାସ ରାମାନୁଜ

Spread the love

ଭୁବନେଶ୍ୱର ୨୨/୧୨/୨୫(ସନ୍ଧାନ ନ୍ୟୁଜ) : ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ। ଗଣିତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି। ଗଣିତ ଶିକ୍ଷା କ୍ଷେତ୍ରରେ ଏକ କଷ୍ଟକର ବିଷୟ ସତ କିନ୍ତୁ ଏହି କଷ୍ଟକର ବିଷୟ ମାନବର ସାମାଜିକ ଚଳଣିକୁ ସରଳ କରିପାରିଛି। ଗଣିତ ସାହାଯ୍ୟରେ ବଣିଜ-ବେପାର ସହଜ ହୋଇପାରିଛି। ଗଣିତର ଆବଶ୍ୟକତାକୁ ହୃଦବୋଧ କରନ୍ତୁ ବୋଲି ସଦା ସର୍ବଦା ବାର୍ତ୍ତା ଦେଇଥିଲେ ଗଣିତର ଯାଦୁଗର  ଶ୍ରୀନିବାସ ରାମାନୁଜନ।

ଡିସେମ୍ବର ୨୨ରେ କାହିଁକି ପାଳନ ହୁଏ?

୨୨ ଡିସେମ୍ବର ୧୮୮୭ରେ ଦକ୍ଷିଣ ଭାରତର କୋଏମ୍ବାଟୋର ଇରୋଡ ଗ୍ରାମରେ ମହାନ ଗଣିତଜ୍ଞ ଏସ୍. ରାମାନୁଜନଙ୍କ ଜନ୍ମ ହୋଇଥିଲା। ଗଣିତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ଗଣିତ ପ୍ରତି ତାଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ୨୬ ଫେବୃଆରୀ ୨୦୧୨ରେ ରାମାନୁଜନଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିବସକୁ ବେଶ ଧୁମଧାମ ସମସ୍ତ ବିଦ୍ୟାଳୟରେ ପାଳନ ହେଉଛି।

କଣ ରହିଥାଏ ଉଦ୍ଦେଶ୍ୟ?

ଜାତୀୟ ଜାଣିସେ ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନରେ ଗଣିତ ସହ ଜଡିତ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏଥିସହ ମହାନ ଗଣିତଜ୍ଞ ରାମାନୁଜନଙ୍କ ଜୀବନୀ ଏବଂ ଗଣିତ ପ୍ରତି ତାଙ୍କ ଅବଦାନ ବାବଦରେ ଆଲୋକପାତ କରାଯାଏ। ଗଣିତ ଶିକ୍ଷା ପ୍ରତି ପିଲାମାନଙ୍କୁ ଉତ୍ସାହିତ ମଧ୍ୟ କରାଯାଏ।  ଗଣିତ ପ୍ରତି ଅବଦାନ ରାମାନୁଜନ କୌଣସି ତାଲିମ ନ ନେଇ ନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି। ସେ ୩,୯୦୦ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ। ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ୱ ଓ ସ୍ୱତନ୍ତ୍ର। ଏଥିରେ ରାମାନୁଜନ ମୌଳିକ, ରାମାନୁଜନ ଥିଟା ଫଳନ ପରି ଉଚ୍ଚ କୋଟୀର ଫଳାଫଳ ରହିଛି। ଗଣିତ ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ରାମାନୁଜନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି।

Related Posts

About The Author

Add Comment