ବାରିପଦା, 25.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :– ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ ସଂସ୍କରଣର ସୋମବାର ଶୁଭାରମ୍ଭ କରିବେ। ଏହି ଡିଜିଟାଲ ଆଇଡି କାର୍ଡକୁ ମୋବାଇଲ ଫୋନ୍ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ୍ କରାଯାଇ ପାରିବ। ନିର୍ବାଚନ ଆୟୋଗଙ୍କ ଅଧିକାରୀ କହିଛନ୍ତି, ଇ-ଇଲେକ୍ଟର ଫଟୋ ପରିଚୟ ପତ୍ର ନିର୍ବାଚନ ଫଟୋ ପରିଚୟ ପତ୍ରର ଡିଜିଟାଲୀ ସଂସ୍କରଣ ଅଟେ। ଏହାକୁ ଡିଜିଟାଲ ଲକର ପରି ମାଧ୍ୟମରେ ସୁରକ୍ଷିତ ରଖାଯାଇ ପାରିବ। ପ୍ରିଣ୍ଟ ମଧ୍ୟ କରାଯାଇ ପାରିବ ଆଇଡି କାର୍ଡ ଭୋଟର ଆଇଡି କାର୍ଡର ଏହି ଡିଜିଟାଲ ଭର୍ସନକୁ ପୋର୍ଟେବଲ୍ ଡକ୍ୟୁମେଣ୍ଟ ଫର୍ମାଟ୍(ପିଡିଏଫ)ଫର୍ମାଟ୍ରେ ମଧ୍ୟ ପ୍ରିଣ୍ଟ କରାଯାଇ ପାରିବ। ଆୟୋଗ ରବିବାର ନିଜର ବୟାନରେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇ-ଇପିକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥି ସହ ପାଞ୍ଚ ନୂତନ ମତଦାତାଙ୍କୁ ଇ-କପିକ ଓ ନିର୍ବାଚକ ଫଟୋ ପରିଚୟ ପତ୍ର ବିତରଣ କରିବେ । ବୟାନରେ କୁହାଯାଇଛି ଯେ ହାର୍ଡ କପି ପ୍ରିଣ୍ଟ କରିବା ଏବଂ ମତଦାତା ପର୍ଯ୍ୟନ୍ତ ପହଞ୍ଚାଇବାରେ ସମୟ ଲାଗୁଛି । ହେଲେ ଏବେ ଏହି ବ୍ୟବସ୍ଥାରେ ମତଦାତାଙ୍କ ପାଖରେ ସହଜରେ ଭୋଟର ପରିଚୟ ପତ୍ର ମିଳି ପାରିବ। ଆଧାର କାର୍ଡ, ସ୍ଥାୟୀ ଖାତା ସଂଖ୍ୟା(ପାନ୍) କାର୍ଡ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଡିଜିଟାଲରେ ଉପଲବ୍ଧ ହେଉଛି ।