ଆଜିଠୁ ଭାରତ ବଜାରରେ ଆରମ୍ଭ ହେଲା ବିକ୍ରି

Spread the love

ନୂଆଦିଲ୍ଲୀ,୨୩/୦୮ (ସନ୍ଧାନ ନିଉଜ) : Mi A3 ମୋବାଇଲ୍ ର ବିକ୍ରି ଆଜି ଭାରତରେ ଆରମ୍ଭ ହେଉଛି । ଗ୍ରାହକ ଏହି ସ୍ମାର୍ଟଫୋନ୍ କୁ ଆମାଜନ୍ ଇଣ୍ଡିଆ,ସାଓମୀ ୱେବସାଇଟ୍ ଏବଂ ଏମଆଇ ହୋମ୍ ଷ୍ଟୋରରେ କିଣି ପାରିବେ । ସାଓମୀ ନିକଟରେ ଭାରତରେ Mi A2 ର ଅପଗ୍ରେଡ୍ ହିସାବରେ Mi A3 କୁ ଲଞ୍ଚ କରିଛି । ଏହି ଫୋନ୍ ଷ୍ଟକ୍ ଆଣ୍ଡ୍ରଏଡ୍ ରେ ଚାଲିଥାଏ ଏବଂ ଏଥିରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । Mi A3 ର ଏହି ୪ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଅନ୍ୟପଟେ ୬ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି ।

ଦୁଇଟି ଯାକ ଫୋନ୍ କୁ ଗ୍ରାହକ ମାନେ ନା କେବଳ ବ୍ଳୁ, ବରଂ ଧଳା ଏବଂ ଗ୍ରେ କଲରରେ ମଧ୍ୟ କିଣିପାରିବେ । Mi A3 ର ବିକ୍ରି ଦ୍ବିପ୍ରହର ୧୨ଟା ଠାରୁ ଆରମ୍ଭ ହୋଇଯିବ । ଏହାର ଲଞ୍ଚ ସମୟରେ କମ୍ପାନୀ ସୂଚନା ଦେଇଥିଲା କି ଖୁବ୍ ଶିଘ୍ର ଅଫଲାଇନ ଷ୍ଟୋରରେ ମଧ୍ୟ ଏହା ଉପଲବ୍ଧ ହେବ ।

Related Posts

About The Author

Add Comment