ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ : ଛତିଶଗଡ଼ ସିଲ୍ କଲା ପୁଲିସ

Spread the love

ରାଉରକେଲା,୦୨/୧୨ (ସନ୍ଧାନ ନିୟୁଜ) ଆଜିଠୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଛତିଶଗଡ଼ ଏବଂ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଛି। ବିଏସ୍ଏଫ୍, ଏସଓଜି, ଡିଭିଏଫ ଯବାନଙ୍କ ଦ୍ବାରା କମ୍ବିଂ ଅପରେସନ ଜାରି ରହିଛି। ଜିଲ୍ଲା ସୀମାରେ ଅଚିହ୍ନା ଲୋକଙ୍କ ଯାନବାହାନ ଯାଞ୍ଚ କରାଯାଉଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇ ଗାଡ଼ି ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି। ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କଲେ ପୁଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କହିଛି।

Report: S Nayak

 

 

Related Posts

About The Author

Add Comment