ହାଇଦ୍ରାବାଦ ୧୯/୧୨/୨୫ (ସନ୍ଧାନ ନ୍ୟୁଜ ) : ଓଡ଼ିଶାକୁ ପୁଣି ଆସିବ ପୁଞ୍ଜି। ହାଇଦ୍ରାବାଦରେ ଆଜିଠୁ ଆରମ୍ଭ ହୋଇଛି ଇନ୍ଭେଷ୍ଟର୍ସ ମିଟ୍। ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ। ଏହି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଶିଳ୍ପ ବିଭାଗ ଟିମ୍ ହାଇଦ୍ରାବାଦରେ ରୋଡ଼ ସୋ କରିବେ। ଓଡ଼ିଶାକୁ କିପରି ଅଧିକ ନିବେଶ ଆସିବ, ସେଦିଗରେ କାର୍ଯ୍ୟ କରୁଛି ଟିମ୍ ଓଡ଼ିଶା। ତଥାପି ହାଇଦ୍ରାବାଦ୍ ମିଟ୍ରେ ଖାସ୍ କରି ଆଇଟି ସେକ୍ଟର ଉପରେ ଅଧିକ ଫୋକସ କରାଯିବ। ଆଇଟି ସେକ୍ଟର ଇନଭେଷ୍ଟର୍ସଙ୍କ ସହିତ ଆଲୋଚନା କରାଯିବ, ଯାହା ଦ୍ୱାରା ଓଡ଼ିଶା ଅଧିକ ଲାଭଦାୟକ ହେବ। ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସମ୍ଭାବନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିଳ୍ପ ପାର୍କ, ସୁଦୃଢ଼ ଶିଳ୍ପ ଭିତ୍ତିଭୂମି, ଜମିର ଉପଲବ୍ଧତା, ଦକ୍ଷ କର୍ମଚାରୀ, ରାଜ୍ୟ ସରକାରଙ୍କ ନୀତି ଓ ଏକକ ବାତାୟନ ଶିଳ୍ପ ଅନୁମୋଦନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯିବ।
ଆଜିଠୁ ଇନ୍ଭେଷ୍ଟର୍ସ ମିଟ୍ ଆରମ୍ଭ; ଆସନ୍ତାକାଲି ହାଇଦ୍ରାବାଦରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ
|
December 19, 2025 |



