ସୁନ୍ଦରଗଡ଼ ତା:୧୯/୨/୨୦୨୬(ସନ୍ଧାନ ନ୍ୟୁଜ) ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଦଶମ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୧ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୧୦ ଯାଏ ଚାଲିବ।ସାରା ଦେଶରୁ ୪୬ ଲକ୍ଷ ପିଲା ଦେବେ ବୋର୍ଡ ପରୀକ୍ଷାଦେବେ । ସକାଳ ୧୦ଟା ୩୦ରୁ ୧ଟା ୩୦ ଗୋଟିଏ ସିଟିଂରେ ହେବ ପରୀକ୍ଷା। ୧୦ଟାରେ ପରୀକ୍ଷା କେନ୍ଦ୍ର ଗେଟରେ ତାଲା ପଡ଼ିବ। ଏଣୁ ୧୦ଟା ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ପାଇଁ କୁହାଯାଇଛି। ଫେବୃଆରୀ ୧୯ରେ ଦଶମ ବୋର୍ଡ ପରୀକ୍ଷା।ଚଳିତ ବର୍ଷ ରାଜ୍ୟର ପ୍ରାୟ ୧୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାକୁ ଶୃଂଖଳିତ ଓ ତ୍ରୁଟିଶୂନ୍ୟ କରିବା କର୍ତ୍ତୁପକ୍ଷଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି ସିବିଏସି ।ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ, ପରୀକ୍ଷା ସକାଳ ସାଢେ ୧୦ଟାରେ ଆରମ୍ଭ ହେବ, ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ, ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ଦେଇପାରିବେନି ପରୀକ୍ଷା ଓ ଅଭିଭାବକମାନଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି।ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ଓ ବୋର୍ଡ ପକ୍ଷରୁ ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ନୋଡାଲ କେନ୍ଦ୍ରରେ ପହଁଚିଛି ପରୀକ୍ଷା ପ୍ରଶ୍ନପତ୍ର। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିସିଟିଭି ନଜରରେ ରଖାଯାଇଛି।ସିଏଚଏସଇ କାର୍ଯ୍ୟାଳୟରେ ଖୋଲିଛି ୨୪ଘଣ୍ଟିଆ କଂଟ୍ରୋଲ ରୁମ୍।
ଆଜିଠାରୁ ବୋର୍ଡ ପରୀକ୍ଷା
|
February 19, 2026 |



