ଆଗ୍ରାରେ ପୁଣି ଜଣେ କରୋନା ଭାଇରସ୍ ସଂକ୍ରମିତ

Spread the love

ନୂଆ ଦିଲ୍ଲୀ, ୮/୩/୨୦ (ସନ୍ଧାନ ନିଉଜ) : ଆଗ୍ରାରେ ପୁଣି ଜଣେ ବ୍ୟକ୍ତି କରୋନା ଭାଇରସ୍ ରେ ସଂକ୍ରମିତ ହେବାର ଖବର ମିଳିଛି। ତେବେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଆଗ୍ରାରେ ୭କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଏବେ କରାଯାଇଥିବା ୨୩ ଟି ନମୁନା ଯାଞ୍ଚରେ ଗୋଟିଏ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଛି। ଏହା ସହିତ ପରୀକ୍ଷା ପାଇଁ ଲକ୍ଷ୍ନୌକୁ ଅନ୍ୟ ୨୨ ଟି ନମୁନା ମଧ୍ୟ ପଠାଯାଇଛି।

ଉଲ୍ଲେଖନୀୟଯେ, ଆଗ୍ରାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିବାରୁ କରୋନା ଭାଇରସ ବ୍ୟାପିବାର ଆଶଙ୍କା ଯଥେଷ୍ଟ ଅଧିକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି ଏବଂ ପର୍ଯ୍ୟଟକଙ୍କୁ ନିରନ୍ତର ସ୍କ୍ରିନିଂ କରାଯାଉଛି।

ତେବେ କେରଳରେ ଆଉ ପାଞ୍ଚ ଜଣ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ପୁଷ୍ଟି ହୋଇଛି। ଏହା ପରେ ରାଜ୍ୟକୁ ହାଇ ଆଲର୍ଟ କରାଯାଇଛି ବୋଲି ରବିବାରଦିନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଆଉ ୫ଟି ନୂଆ ମାମଲା ସାମନାକୁ ଆସିବା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯ ରେ ପହଞ୍ଚିଥିଲା। ଏହାପରେ ତାମିଲନାଡୁରେ ଦ୍ୱିତୀୟ କରୋନାଭାଇରସ୍ ସଂକ୍ରମିତ ରୋଗୀ ଭାବେ ସଂଦିଗ୍ଧ ମାମଲା ସାମନାକୁ ଆସିଛି।

ଆଗ୍ରାରେ ସପ୍ତମ କରୋନା ରୋଗୀ ଜଣାପଡ଼ିବା ପରେ ଭାରତରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୧ କୁ ବୃଦ୍ଧି ପାଇଛି।

Related Posts

About The Author

Add Comment