ଆଗାମୀ ଶାରଦୀୟ ପୂଜା ଭସାଣୀ ନିମନ୍ତେ ପ୍ରସ୍ତୁତି ବୈଠକ

Spread the love

ଯାଜପୁର, ତା ୨୧ା୦୯ : ମଙ୍ଗଳବାର ଅପରାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆଗାମୀ ଦୁର୍ଗା ପୂଜା ଭସାଣୀ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ପ୍ରତ୍ୟେକ ପୂଜା କମିଟି ସାମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳ ନୃତ୍ୟ ସଂଗୀତ ପ୍ରଦର୍ଶନ ନ କରିବା, ଶବ୍ଦ ପ୍ରôଦ୍ୟଷଣ ନ କରିବା ସହ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ସନ୍ଦିଗ୍ଧ ସ୍ଥାନ, ଚ୍ଥକ, ଦୋକାନ ଇତ୍ୟାଦିରେ ନିରନ୍ତର ଭାବେ ଧରପଗଡ କରିବା ଓ ବ୍ରେଥ ଆନାଲାଇଜର ମାଧ୍ୟମରେ ମଦୁଆଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଯାଜପୁର ଜିଲ୍ଳ୍‌ାରେ ୧୫ ଗୋଟି ଦୁର୍ଗା ମେଢ ହେବ ବୋଲି ବୈଠକରେ ସ୍ଥିର କରାଯାଇଚ୍ଥି । ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୧ ଘଟିକା ଓ ଭସାଣି ରାତ୍ର ୧୦ ଘଟିକା ମଧ୍ୟରେ ଶେଷ କରିବାକୁ ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜିଲ୍ଳ୍‌ାପାଳ ପରିବାରର ପ୍ରତ୍ୟେକ ସଦସ୍ୟ ଯେପରି ପୂଜାକୁ ଊପଭୋଗ କରିବେ ସେଥିପ୍ରତି ପ୍ରତ୍ୟେକ ପୂଜା କମିଟି ବ୍ୟବସ୍ଥା କରିବା ସହ ଅଧିକ ଶବ୍ଦରେ ମାଇକ ନ ବଜାଇବା, ଭସାଣିରେ କେବଳ ବ୍ୟାଣ୍ଡ ପାର୍ଟି ବ୍ୟବହାର କରିବା । ପୂଜା ଏବଂ ଭସାଣିରେ ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟ ମାନେ ଊପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଳ୍‌ିକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ସର୍ବସମ୍ମତି କ୍ରମେ ଅକ୍ଟୋବର ୦୭ ତାରିଖ ମଧ୍ୟରେ ଦୁର୍ଗା ପୂଜା ଭସାଣୀ ଶେଷ କରିବାକୁ ସ୍ଥିର କରାଗଲା । ପୂଜା ଓ ଭସାଣି ପାଇଁ ଊପଯୁକ୍ତ ଟ୍ରାପିଂକ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା ମରାମତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ୍ ଯୋଗାଣ, ଯେଊଁଠାରେ ଇଲେକ୍ଟ୍ରିକ୍ ପୋଲ୍ ଦୁର୍ବଳ ବା ତାର ଝୁଲି ରହିଚ୍ଥି ତାହାର ତୁରନ୍ତ ମରାମତି, ଅଧିକ ଟ୍ରାନ୍ସପଂର୍ମର ବ୍ୟବସ୍ଥା, କଣ୍ଟୋଲ ରୁମ୍ ବ୍ୟବସ୍ଥା, ଖାଦ୍ୟର ମାନ ପରୀକ୍ଷା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଇତ୍ୟାଦିର ବ୍ୟବସ୍ଥା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅକ୍ଟୋବର ୨ ତାରିଖ ସୁଦ୍ଧା ସମସ୍ତ ପୂଜା କମିଟିର ମୁଖ୍ୟ ଜିଲ୍ଳ୍‌ା କାର୍ଯ୍ୟାଳୟର ସାଧାରଣ ଓ ବିବିଧ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ମଦନ ମୋହନ ପତିଙ୍କ ଠାରୁ ଭସାଣି ନିମନ୍ତେ ଅନୁମତି ପତ୍ର ନେବାକୁ ସ୍ଥିର କରାଗଲା । ବିଗତ ବର୍ଷ ଭଳି ବିସର୍ଜନ ପାଇଁ ଦେବୀଗଡା ଠାରେ ନଦୀ ବାଲିରେ ଏକ ଗର୍ଭ ଖୋଳାଯାଇ ମୂର୍ତ୍ତି ବିସର୍ଜନ କରାଯିବ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଊପଜିଲ୍ଳ୍‌ାପାଳ ଗୋପିନାଥ କୁଅଁର, ସହକାରୀ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ, ଆଇ.ଆଇ.ସି. ଅଜୟ କୁମାର ଜେନା, ବିଭିନ୍ନ ପୂଜା କମିଟିର ସଦସ୍ୟ, ବରିଷ୍ଠ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment