ଆକ୍ରାନ୍ତ ସଂସ୍ପର୍ଶରେ ଆସି କ୍ବାରେନଣ୍ଟାଇନରେ ଆଇଜିଏଚ ମେଡିକାଲ କର୍ମଚାରୀ

Spread the love
ରାଉରକେଲା,୦୩/୦୬ (ସନ୍ଧାନ ନିଉଜ): ଶୁକ୍ରବାର ଆସିଥିବା ରାଜ୍ୟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 3ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ଓ ଲୋକ ସମ୍ପୂର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ଆଇଜିଏଚରେ ଜଣେ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ବ୍ୟକ୍ତି ଜଣଙ୍କୁ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଉକ୍ତ ବ୍ୟକ୍ତି ଜଣକଙ୍କ କୋରୋନା ଟେଷ୍ଟ ହୋଇଥିଲା । ତେବେ ତାଙ୍କର ରିପୋର୍ଟ ଗୁରୁବାର ପଜିଟିଭ ଆସିବା ପରେ ଆଇଜିଏଚକୁ ସାନିଟାଇଜ କରାଯାଉଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଏବଂ ୱାର୍ଡବୟ କ୍ବାରେନଣ୍ଟାଇନରେ ରହିଛନ୍ତି ।

Related Posts

About The Author

Add Comment