ଭୁବନେଶ୍ୱର, ୨୧/୦୫ (ସନ୍ଧାନ ନିଉଜ): ରାଜ୍ୟରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ। ଏହାର ପ୍ରଭାବରେ ରାଜ୍ୟରେ 4ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରଭାବିତ ହୋଇଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଭିତ୍ତିଭୂମି କାର୍ଯ୍ୟ ତ୍ୱରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ଦିନ ଭିତରେ ଫସଲ ଓ ସପ୍ତାହକ ଭିତରେ ଘର ଭଙ୍ଗା କ୍ଷୟକ୍ଷତିର ଆକଳନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ 89ଟି ବ୍ଲକର 1500 ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ପ୍ରାୟ 44 ଲକ୍ଷ 80 ହଜାର ଲୋକ ବାତ୍ୟା ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି।
ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ
|
May 21, 2020 |
