‘ଆକାଶ’ କ୍ଷେପଣାସ୍ତ୍ରର ରପ୍ତାନିକୁ ମିଳିଲା କ୍ୟାବିନେଟ୍‌ର ମଞ୍ଜୁରି, ମିସାଇଲ କିଣିବାକୁ ୯ଟି ଦେଶ ଆଗ୍ରହ

Spread the love

ବାଲେଶ୍ଵର,୦୧.୦୧.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):-ଭାରତ ଦ୍ଵାରା ସ୍ଵଦେଶୀ ଜ୍ଞାନକୌଶଳରେ ବିକଶିତ ଆକାଶ ମିସାଇଲର ରପ୍ତାନି କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ସେହିପରି ପ୍ରତିରକ୍ଷା ସାମଗ୍ରୀର ରପ୍ତାନି ପ୍ରସ୍ତାବକୁ କମ ସମୟରେ ମଞ୍ଜୁରି ଦେବା ସକାଶେ ଏକ କମିଟି ଗଠନ କରାଯିବା ପ୍ରସ୍ତାବକୁ ବି ସ୍ବୀକୃତି ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଭାରତ ସରକାର ଏବେ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି । ଏଗୁଡିକୁ ରପ୍ତାନି କରି ଭାରତ ବିପୁଳ ବିଦେଶୀ ମୁଦ୍ରା ହାସଲ କରିପାରିବ । ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକୁ ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟ ପ୍ରକାଶ କରିଛନ୍ତି କି ଆକାଶ ମିସାଇଲର ଯେଉଁ ସଂସ୍କରଣକୁ ରପ୍ତାନି କରାଯିବ, ତାହା ଏବେ ଭାରତୀୟ ସେନା ଦ୍ବାରା ବ୍ୟବହୃତ ଆକାଶ ମିସାଇଲର ସଂସ୍କରଣ ଠାରୁ ଭିନ୍ନ ହେବ । ଆକାଶ ମିସାଇଲ ଭୂପୃଷ୍ଠରୁ ଆକାଶରେ ମାଡ଼ କରିଥାଏ ଏବଂ ଏହା ୨୫ କିମି ଦୂରତା ଭିତରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଅଟେ । ଏହି ମିସାଇଲକୁ ବ୍ୟବହାର କରି ଶତ୍ରୁ ରାଷ୍ଟ୍ରର ଯୁଦ୍ଧବିମାନ, ଡ୍ରୋନ ଓ ମିସାଇଲ ଆଦିକୁ ନଷ୍ଟ କରିହେବ । ୯ଟି ଦେଶ ଏହି ମିସାଇଲ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment