ଆକାଶରେ ଉଡିଲେ ଦିବ୍ୟାଙ୍ଗ

Spread the love

ଭୁବନେଶ୍ୱର,  ୨୨/୦୧/୨୦ (ସନ୍ଧାନ ନିଉଜ) : ଆକାଶରେ ଉଡିଲେ ଦିବ୍ୟାଙ୍ଗ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ଉଡାଣ ଭରିଛନ୍ତି ୪୮ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ପାଖାପାଖି ୪୦ ମିନିଟ ଆକାଶରେ ଉଡିବେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ମନ୍ତ୍ରୀ ଅଶୋକ ପଣ୍ଡା ଏହି ଡ୍ରିମ ଫ୍ଲାଇଟର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଅଂଚଳର ଆର୍ଥିକ ଅନୁନ୍ନତ ପରିବାରର ୪୦ ଜଣ ଓ ୮ ଜଣ ବାରିପଦା ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ଆକାଶରେ ଉଡିଛନ୍ତି । ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିମାନ ବନ୍ଦର ପରିସରରେ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା । କେକ୍ କଟାଯିବା ସହିତ ସଂଗୀତ ପରିବେଷଣ କରାଯାଇଥିଲା । ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ କରିଛନ୍ତି । ରାଜ୍ୟ ସରକାର ସହଯୋଗ ଓ ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ସେମାନେ ବିମାନରେ ଉଡାଣ ଭରିଛନ୍ତି ।

Related Posts

About The Author

Add Comment