ଆକାଶବାଣୀ ସ୍ଥ‍ନାନ୍ତର ନିର୍ଦ୍ଦେଶ ପ୍ରତିବାଦରେ ବାଇକ୍ ଶୋଭାଯାତ୍ରା

Spread the love

କୋରାପୁଟ , ୧୯.୧୨.୨୦୨୧ (ସନ୍ଧାନ ନିଉଜ୍) ଜୟପୁର ଆକାଶବାଣୀ କେନ୍ଦ୍ର ଭବାନିପାଟଣା କ୍ଲଷ୍ଟର୍ କୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ଶତାଧିକ କଳାକାର ତଥା ଜନସାଧାରଣ ଏକ ମୋଟର ସାଇକେଲ୍ ରାଲି କରିଛନ୍ତି । ଜୟପୁରର ରଜାନଗର ଛକରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାଜାବି ସହ  ଆକାଶବାଣୀ କେନ୍ଦ୍ର ସମ୍ମୁଖରେ ପହଁଚି ନିଜର ପ୍ରତିବାଦ ଜଣେଇଥିଲେ । ସୂଚନାଯୋଗ୍ୟଯେ ଜୟପୁର ଆକାଶବାଣୀ କେନ୍ଦ୍ରଟି ୧୯୬୪ ମସିହାରେ ସ୍ଥାପିତ ହେଇଥିବା ସ୍ଥଳେ  ଭବାନିପାଟଣା କେନ୍ଦ୍ରଟି ୧୯୯୫ ମସିହାରେ ସ୍ଥାପିତ ହେଇଥିଲା । କିନ୍ତୁ ସରକାରଙ୍କ ବର୍ତ୍ତମାନର ନିଷ୍ପତିକୁ ସହଜରେ ମାନିପାରୁନାହାନ୍ତି କଳାପ୍ରେମି । ଅବିଭକ୍ତ କୋରାପୁଟର ଗର୍ବ ତଥା ଏହାର ସଂସ୍କୃତିକୁ ଉପଯୁକ୍ତ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଥିବା ଏହି କେନ୍ଦ୍ରସହ ତଥା ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପରିପୋଷଣ ନିମିତ୍ତ ବିଭିନ୍ନ ମହଲରୁ ନିନ୍ଦା କରାଜାଉଛି । ଓଡିଶାର ଚତୁର୍ଥ କ୍ଲଷ୍ଟର ତଥା ଜଣେ ସ୍ଥାୟି ଡିଜିଙ୍କୁ ନିଯୁକ୍ତି କରିବା ନିମିତ୍ତ ବିଭିନ୍ନ ପଦାଧିକାରୀଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଜାଇଅଛି ।

Related Posts

About The Author

Add Comment