ଯାଜପୁର ସଦର,୦୫ା୧୧: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଗୋଳକୁଣ୍ଡ ପଂଚାୟତ ନିକଟସ୍ଥ ମେଣ୍ଢ ଗ୍ରାମରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟି ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଚି । ଦୁଇ ବଖରା ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଚି । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି ୯ଘଟିକା ସମୟର ମେଣ୍ଢ ଗ୍ରାମରେ ରମେଶ ଚନ୍ଦ୍ର ବେହେରାଙ୍କର ଦୁଇ ବଖରା ଦୋକାନ ଗୃହ ପୋଡ଼ି ଯିବା ସହିତ ଦୋକାନ ଭିତରେ ଥିବା ଫ୍ରିଜ୍ ଏବଂ ଦୋକାନରେ ସମସ୍ତ ଆସବାସ ପତ୍ର ଏବଂ ନଗଦ ଟଙ୍କା ପୋଡ଼ି ଯାଇଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ରାତି ୯ଘଟିକା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ରାତି ପ୍ରାୟ ୧୨ଘଟିକା ସମୟରେ ରମେଶଙ୍କର ଦୋକାନ ଜଳୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ରମେଶକୁ ଲୋକମାନେ ଖବର ଦେବାପରେ ଘଟଣା ସ୍ଥଳରେ ରମେଶ ପହଁଞ୍ôଚ ଦୋକାନ ଦେଖି ରମେଶ ଅଚେତ ହୋଇ ଯାଇଥିଲେ । ଲୋକମାନେ ରମେଶକୁ ଚେତା କରିବା ସହିତ ରମେଶକୁ ସାନ୍ତୋନା ଦେଇଥିଲେ । ଏନେଇ ବରୀ ଦମକଳ ବାହିନୀକୁ ଫୋନରେ ଖବର ଦିଆଯାଇଥିଲା । ବରୀ ଦମକଳ ବାହିନୀ ଦୋକାନ ପାଖରେ ପହଁଞ୍ôଚଲା ବେଳକୁ ଦୁଇ ବଖରା ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀ ଚେଷ୍ଟା କରିଥିଲେ ମଧ୍ୟ ଦୋକାନ ଭିତରେ ରଖାଯାଇଥିବାରୁ ୩ଟି ଗ୍ୟାସ ସିଲିଣ୍ଡର ଥିବାରୁ ଲୋକମାନେ ଡରିଯାଇଥିଲେ । ଦୋକାନରେ ଥିବା ଫ୍ରିଜ ବିସ୍ପୋରଣ ହେବାରୁ ଦୋକାନରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ବରିଷ୍ଠ ରାଜନୈତିକ ନେତା ସୁବୋଧ କୁମାର ଜେନା ଗୋଳକୁଣ୍ଡ ପଂଚାୟତର ସରପଂଚ ଶରତ ଜେନା ସମିତି ସଭ୍ୟ ଅଶୋକ ଜେନା ଘଟଣା ସ୍ଥଳରେ ପହଁଞ୍ôଚ ଥିଲେ । ବାଲିଆ ରାଜସ୍ୱନିରୀକ୍ଷକ ଗୌରୀମଣି ଜାମୁଣ୍ଡା ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରି ଫେରିଯାଇଥିବା ଦେଖିବାକୁ ମିଳିଥିଲା । ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଁଞ୍ôଚ ରମେଶକୁ ପଚାରିବାରୁ କିପରି ଅଗ୍ନିକାଣ୍ଡ ଘଟିଲା ରମେଶ କହିଲେ ମୁଁ ଦୋକାନ ବନ୍ଦକରି ରାତି ୯ଟାରେ ଘରକୁ ଯାଇଥିଲା କିପରି ଅଗ୍ନିକାଣ୍ଡ ଘଟିଲା ମୁଁ ଜାଣିନାହିଁ । ଅନୁମାନ କରାଯାଏ କୌଣସି ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଚି । ରିପୋର୍ଟ ଲେଖା ହେବାବେଳକୁ କୌଣସି ସରକାରୀ ସହାୟତା ମିଳିନଥିବା ଦେଖିବାକୁ ମିଳିଚି ।
ଆକଷ୍ମିକ ଅଗ୍ନିକାଣ୍ଡ ଘଟିବାରୁ ୩ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ପାଉଁଶ
|
November 5, 2021 |