ଆଉ ଏକ ଦାଦନ ଶ୍ରମିକର ର ଦୁଃଖ; ଅନାହାରରେ ହାଇଦ୍ରାବାଦରେ ଗଲା ଜୀବନ।

Spread the love
ଯାଜପୁର. ୧୮/୦୬ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ହରିପୁର ଗ୍ରାମର ଜଣେ ବିବାହିତା ଯୁବକ ଗତ ତିନି ମାସ ତଳେ ନିଜର ପରିବାର ପୋଷଣ ପାଇଁ ସୁଦୂର ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ ।ସାରା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନା ପ୍ରକପରୋ ସରକାର ସାରା ରାଜ୍ୟରେ ଲକଡାଉନ ଓ ସଟଡାଉନ କରିଥିବା ବେଳେ ବିଭିନ୍ନ କଳକାରଖାନା ବନ୍ଦ ହେବା ଫଳରେ ବହୁ ପ୍ରବାସୀ ଓଡିଆଙ୍କୁ ନିଜର ରାଜ୍ଯ କୁ ଫେରାଇ ଆଣିବା ସହ ବିଭିନ୍ନ ସୁବିଧା ସୁଯୋଗ ଦେଇଥିଲେ କିନ୍ତୁ ପରିତାପର ବିଷୟ ହେଲା କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଶ୍ରୀ ନୃସିଂହ ଚରଣ ମହାପାତ୍ର  (ଲକ୍ଷଣ)ପିତା – ସ୍ବର୍ଗତ ମେଘନାଦ ମହାପାତ୍ର । ତାଙ୍କର ଗତ 11_6_2020ରିଖ ସୁଦୂର ହାଇଦ୍ରାବାଦ ରେ ଖାଦ୍ୟର ଆଭାବ ଓ ଯୋଗେ ମୃତ୍ୟୁ ଘଟିଛି ତେଣୁ ତେଲେଙ୍ଗାନା ରାଜ୍ଯ ର ହାଇଦ୍ରାବାଦ ର ଏକ ପୁଲିସ ଙ୍କ ଠାରୁ ଖବର ପାଇ ଗ୍ରାମ ରେ ଶୋକର  ଛାୟା ଖେଳି ଯାଇଛି ମୃତ ଙ୍କ ପରିବାରର ମୁଖ୍ଯ ତାଙ୍କ ସ୍ତ୍ରୀ – ସବିତା ମହାପାତ୍ର ଓ ଦୁଇ ଝିଅ ଏକ ଛୋଟ ପୁଅ ଅଛନ୍ତି ଏଣୁ ଗ୍ରାମ ରେ ବହୁ ବ୍ଯକ୍ତି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ର ପରିବାର କୁ ସରକାରଙ୍କ ସହାୟତା ପ୍ରଦାନ କରାଯାଉ  ।

Related Posts

About The Author

Add Comment