ଆଉଟ୍ ସୋର୍ସିଂର ଭାରତିୟ କରଣ ଏବଂ ପ୍ରଭାବ

Spread the love

ଅରୁଣ କୁମାର ତ୍ରିପାଠୀ

ଦିପାବଳୀ ଅବସରରେ ଓଡିଶା ସରକାର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କ ୨୫% ଦରମା ବୃଦ୍ଧି ଘୋଷଣା କରିଛନ୍ତି । ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଏହାଦ୍ୱାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩,୦୦୦ କର୍ମଚାରୀ ଉପକୃତ ହେବେ । ତେବେ ଶୁଣିବାକୁ ଭଲ ଲାଗୁଥିବା ଏହି ପ୍ରସ୍ତାବ ବିଷୟରେ ନିମ୍ନରେ ଏକ ଆଲେଖ୍ୟ ଜଉଥିରେ ଏହି ବିଷୟର ବିଭିନ୍ନ ବିଭବ ଆଲୋଚନା କରାଯାଇଛି ।

ଇତିହାସ

ଶିଳ୍ପ ବିପ୍ଳବ ସମୟରେ ଶିଳ୍ପ ସମୂହ ସେମାନଙ୍କ ଅନୁଷ୍ଠାନକୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ସ୍ଥାପନ କରିବାକୁ ଲାଗିଲେ । ଶିଳ୍ପ ବିପ୍ଳବ ପରଠାରୁ, ଶିଳ୍ପମାନ ସେମାନଙ୍କର ବଜାର ଏବଂ ଲାଭ ବୃଦ୍ଧି ପାଇଁ ପ୍ରତିଯୋଗିତାମୂଳକ ପରିସ୍ଥିତି କିଭଳି ସାମ୍ନା କରିବେ ସେନେଇ ବିଚାର ବିମର୍ଷ ପରେ ‘ଆଉଟ ସୋର୍ସିଂ’ ଶବ୍ଦଟିର ଉନ୍ମେଷ ହେଇଥିଲା । ଯାହାର ବୈଶିଷ୍ଟ୍ୟ ଥିଲା, ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଅଥବା ସ୍ୱତନ୍ତ୍ର ଗୁଣ ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ସ୍ୱଳ୍ପ ସମୟରେ ନିଜସ୍ୱ ସେବା ଯୋଗାଇ ଉପଯୁକ୍ତ ପାରିଶ୍ରମିକ ଲାଭ କରିବେ ଏବଂ ସେବା ଗ୍ରହଣ କରୁଥିବା ସଂସ୍ଥାର ଉତ୍ପାଦିକତା ବୃଦ୍ଧି ।କିନ୍ତୁ ପରବର୍ତ୍ତି ପର୍ଯ୍ୟୟରେ ଏହି ଧାରାଟି ଅନ୍ୟଭାବେ ବ୍ୟବହୃତ ହେଇଗଲା । କେବଳ ସ୍ତତନ୍ତ୍ର କର୍ମ ସମ୍ପାଦନ ନମିତ୍ତ ସୃଜିତ ହେଇଥିବା ପରମ୍ପାରା କାଳକ୍ରମେ ନିତ୍ୟ ନିୟମିତ କାର୍ଯ୍ୟ ଆଡକୁ ଅଗ୍ରସର ହେଇଅଛି ।ଅନ୍ୟସ୍ଥାନରେ ନୂତନ ଉପାଂଶ ସୃଷ୍ଟି ଏବଂ ତାହାର ପରିଚାଳନା ନିମନ୍ତେ ପରବର୍ତ୍ତି ପର୍ଯ୍ୟାୟରେ ଆଉଟ ସୋର୍ସିଂ ର ବହୁଳ ବ୍ୟବହାର କରାଗଲା । ଏକବିଂଶ ଶତାବ୍ଦିର ଅୟମାରମ୍ଭ ସହ ଆଉଟ ସୋର୍ସିଂ ଶବ୍ଦର ମାନ ଏବଂ ଗୁଣରେ ଅନେକାଂଶରେ ପରିବର୍ତ୍ତନ ହେଇଅଛି । କଳକାରଖାନା ମାନଙ୍କରେ ଜନ୍ମଲାଭ କରିଥିବା ଏହି ଶବ୍ଦ କାଳକ୍ରମେ ସରକାରୀ ସଂସ୍ଥା ମାନଙ୍କରେ ପ୍ରବେଶ ହେଇଥିଲା ।

ଆଉଟ ସୋର୍ସିଂ : ଇତ୍ତିବୃତ୍ତି

ବିକାଶଶୀଳ ଅର୍ଥବ୍ୟବସ୍ଥାରେ ନିୟମିତି ପଦବୀରେ ନିୟୋଜନ କରାଗଲେ ଅର୍ଥବିଭାଗରେ ଜଉ ବୋଝ ପଡନ୍ତା ତାହାର ପ୍ରାୟତଃ ୩୦% ପ୍ରତିଶତ ଖର୍ଚରେ ଆଉଟସୋର୍ସିଂରେ ସେହି କାର୍ଯ୍ୟ ସମ୍ପାଦିତ ହେଇପାରେ । ଉଦାହରଣ ସ୍ୱଋପ ପ୍ରଥମତଃ ନିୟଜନର ବିଜ୍ଞାପନ ବାବଦର ଖର୍ଚ୍ଚକାଟ । ଯଦି ବିଜ୍ଞାପନରେ କୌଣସି ତୃଟିବିଚ୍ୟୁତି ରହିଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କୌଣସି ପ୍ରତ୍ୟାଶୀ ନ୍ୟାୟାଳୟର ଆଶ୍ରୟ ସେଥିନିମନ୍ତେ ନେଇଗଲେ, ସେବେ ସଂପୃକ୍ତ ବିଜ୍ଞାପନ ବିନା ଅଗ୍ରଗତିରେ ରହିଜାଉଥିଲା , ତଥା କାର୍ଯ୍ୟଳୟର ମାନ ପ୍ରଭାବିତ ହେଉଥିଲା ଯେଉଁନିମନ୍ତେ ସାଧାରଣ ଜନତା ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ସେମାନଙ୍କ ତାଲିମ ନିମନ୍ତେ ଯାହା ଖର୍ଚ୍ଚ ସେୟା ମଧ୍ୟ ସଞ୍ଚୟ ହେଉଅଛି । ଯଦି କର୍ମଚାରୀଗଣ ପରବର୍ତ୍ତି ସମୟରେ ଦରମା ବୃଦ୍ଧି ଆଉ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ନିମନ୍ତେ ‘ ତାଲାବନ୍ଦ’ ଆନ୍ଦୋଳନ କରନ୍ତି, ଯହାଫଳରେ ସେବା ପ୍ରଦାନ ବନ୍ଦ ରହୁଥିଲା, ସେହି ସମସ୍ୟାର ମଧ୍ୟ ସମାଧାନ କରେଇଲା ଆଉଟ ସୋର୍ସିଂ, କାରଣ ଏଥିରେ ନିୟୋଜିତ କର୍ମଚାରୀ ସେହିସବୁ କର୍ମ କରିବେନି ବୋଲି ବାଇଦ‍ା କରନ୍ତି । ଦରମାରେ ନିୟମିତ ବୃଦ୍ଧି ତଥା ଅବସର ସୁବିଧା ସୁଯୋଗ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ମିଳେନି, ଫଳତଃ କମ୍ ଖର୍ଚ୍ଚରେ ସମସ୍ତ ସମସ୍ୟାରୁ ମିକ୍ତି ନିମିତ୍ତ ଆଜି ଆଉଟ ସୋର୍ସିଂ ସାଜିଛି ସଞ୍ଜୀବନୀ ।
ଆଉଟସୋର୍ସି : ବର୍ତ୍ତମାନର ସ୍ଥିତି
ଉକ୍ତ ଆଲେଖ୍ୟ ନିମିତ୍ତ ବିଭିନ୍ନ ଅନୁଷ୍ଠାରେ ନିୟୋଜିତ ଆଉଟ ସୋର୍ସି କର୍ମଚାରୀଙ୍କ ସାକ୍ଷାତକାର କରାଜାଇ ସେମାନଙ୍କ ସମସ୍ୟା ତଥା ତାହାର ସମାଧାନ ନିମିତ୍ତ କିଛି ପ୍ରୟାସ କରାଯାଇ ଅଛି । ବର୍ତ୍ତମାନର ସମୟରେ ନିୟୋଜନର ଘୋର ଅଭାବ । ଆଉ ଏହି ଘଡିସନ୍ଧି ସମୟରେ ଯୁବପିଢି ଯେକୌଣସି ବି ଉପାୟରେ ହେଉ କର୍ମସଂସ୍ଥାନ ନିମିତ୍ତ ଆପ୍ରାଣ ଉଦ୍ୟମ କରୁଛନ୍ତି । ପ୍ରଥମରେ ସେମାନଙ୍କୁ କୌଣସି ସେବାପ୍ରଦାନକାରୀ ସଂସ୍ଥାରେ ପଂଜିକରଣ ନିମନ୍ତେ କିଛି ପାରିଶ୍ରମିକ ଦେବାକୁ ପଡେ ଯାହା କିଛି ଆନୁଷ୍ଠାନିକ ଏବଂ ବହୁଳ ମାତ୍ରାରେ ଅଣଆନୁଷ୍ଠାନିକ । ଜଉ ସମୟରେ ସେମାନେ ନିୟୋଜିତ ହୁଅନ୍ତି କିଛି କ୍ଷଣ ହସଖୁସିରେ କଟେ । କିନ୍ତୁ ପରବର୍ତ୍ତି ସମୟରେ ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରେ ବହୁଳ ମାତ୍ରାରେ ପରିବର୍ତ୍ତନ ହୁଏ । ବୟସ ବଢିବା ସହ ସେମାନଙ୍କ ଅଭିଜ୍ଞତାରେ ବୃଦ୍ଧିହୁଏ,କିନ୍ତୁ ପାରିଶ୍ରମିକ ବୃଦ୍ଧି ହୁଏନି । ଛଟେଇର ଡର ର ଛାଟ ସେମାନଙ୍କ ଉପରେ ପ୍ରତିମୂହୂର୍ତ୍ତରେ ପ୍ରହାର ହୁଏ । ସମାନ କର୍ମ ନିମିତ୍ତ ସମାନ ଦରମା ନିତି ସେମାନଙ୍କ କ୍ଷେତ୍ରରେ ଲାଗୁହୁଏନି ।
କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିର୍ଦ୍ଦେଶାନାମାନୁସାରେ ସାଧାରଣ ଶ୍ରମ ଏବଂ ଆକସ୍ମିକ ଶ୍ରମ ନିମନ୍ତେ ବିଭାଗୀକରଣ କରାଜାଇଛି । କିନ୍ତୁ ଆଉଟସୋର୍ସିଂ କର୍ମଚାରୀଙ୍କ ଯୋଗ୍ୟତାର ମୂଲ୍ୟାଙ୍କନ ନିମିତ୍ତ କିଛି ମାପଦଣ୍ତର ଅଭାବ ରହିଛି । ଫଳତଃ ଶ୍ରମିକଙ୍କ ନିକିତରେ ସେମାଙ୍କ ଶ୍ରମ ତଉଲି ପାରିଶ୍ରମିକ ନିର୍ଧାରଣ କରାଯାଏ । ବିଭିନ୍ନ ସାମାଜିକ ସୁରକ୍ଷାରେ ପ୍ରଦାନ କରାଜାଉଥିବା ସୁବିଧା ସୁଯୋଗ ମଧ୍ୟ ସଂପୃକ୍ତ ସେବାପ୍ରଦାନକାରୀ ସଂସ୍ଥା ନିୟମିତ ପ୍ରଦାନ କରିପାରେନି । ସେମାନଙ୍କ ମୂଳପ୍ରାପ୍ୟ ମଧ୍ୟ ଅନେକଦିନ ପରେ ମିଳେ । କର୍ମଯଦିଓ କିଛିମାତ୍ରାରେ ଅଧିକ ସମ୍ପାଦିତ କରନ୍ତି କିନ୍ତୁ ବାଛବିଚାରର ସାମ୍ନା କରିବାକୁ ପଡେ । ମାନସିକ ଚାପରେ ରହି ମଧ୍ୟ ଅନୁଷ୍ଠାନର ସେବାରେ ସେମାନେ ପ୍ରତିନିମିଷକୁ ଉତ୍ସର୍ଗୀକୃତ କରନ୍ତି କେବଳ ସେହି ଆଶାରେ ଯେ, କେବେତ ସରକାରଙ୍କ କୃପାଦୃଷ୍ଟି ସେମାନଙ୍କ ଉପରେ ପଡିବ ଏବଂ ସେମାନେ ନିଜର ସ୍ୱପ୍ନର ସୌଧ ଗଢିବେ । ସେମାନଙ୍କୁ ନିଜର ଅଭିଜ୍ଞତା ନିମିତ୍ତ ଅନୁଷ୍ଠାନରୁ ପ୍ରମାଣପତ୍ର ବି ମିଳେନା, ଫଳତଃ ସେମାନଙ୍କ ଅଭିଜ୍ଞତା ଅନ୍ୟସ୍ଥାନ ମାନଙ୍କରେ ପ୍ରତଫଳନ କରେଇପାରନ୍ତିନି । ଏତଦ୍ ବ୍ୟତିତ ଏକଚାଟିଆ ଶାସନ କିଛିମାତ୍ରାରେ ଦେଖିବାକୁ ମିଳେ । ସେମାନଙ୍କ ସମୟ ଏହିଭଳି ଭାବେ ଶୋଷିତ ହୁଏ, ସେମାନେ ପରିବାର ତଥା ନିଜସ୍ୱ ବିକାଶରେ ସ୍ୱଳ୍ପ ସମୟ ହିଁ ପାଅନ୍ତି । ଆଉ ସାମାଜିକ ସ୍ଥିତି କହିଲେ, ସେମାନେ ସର୍ବଦା ନିଜର ପଦବୀ ଲୁଚେଇ ପରିଚୟ ଦିଅନ୍ତି ।

ଆଉଟ ସୋର୍ସିଂଙ୍କ ଦୁଃଖ ଲାଘବ ନିମିତ୍ତ କିଛି ପ୍ରସ୍ତାବ

ଓଡିଶା ସରକାରଙ୍କ ଏହିଯୁଗାନ୍ତକାରୀ ପଦକ୍ଷେପ ନିଶ୍ଚିତ ଭାବେ ହଜିଜାଇଥିବା ହସ ଅନେକ ଆଉଟସୋର୍ସିଂ କର୍ମଚାରୀ ମୁହଁରେ ଖେଳେଈଦେଇଛି । ଏହିଭଳି ଘୋଷଣାନାମା ନିୟମିତ ବ୍ୟବଧାନରେ କରାଜିବା କଥା । ଏଥିସହ ନିମ୍ନଲିଖିତ ଦିଗରେ ସରକାର କିଛି ପଦକ୍ଷେପ ନେଲେ ଅନେକ ପରିବାର ଜଉମାନେ ଅଉଟସୋର୍ସିଂ ଉପରେ ନିର୍ଭରଶୀଳ ଅଛନ୍ତି ସେମାନେ ଉପକୃତ ହୁଅନ୍ତେ ।

୧. ସମାନ କାମକୁ ସମାନ ଦରମା ନିତି ସେମାନଙ୍କ କ୍ଷେତ୍ର ରେ ପ୍ରଦାନ କରାଯାଇପାରେ । ଅଧିକ ସୁବିଧା ସୁଯୋଗ ବ୍ୟତୀତ କେବଳ ସ୍ଥିରିକୃତ ଦରମା ଦିଆଯାଇପାରେ ।

୨. ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା ନିୟମିତ ସେମାନଙ୍କୁ ପ୍ରଦାନ କରିବା ସେବାପ୍ରଦାନ କାରୀ ସଂସ୍ଥା ତଥା ସେବା ଗ୍ରହଣକାରୀ ସଂସ୍ଥା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାନାମା ଦୃଢିଭୂତ କରାଯାଇପାରେ ।

୩. ଜୀବନ ବୀମା ତଥା ମାତୃତ୍ୱ ଅବକାଶ ସେମାନଙ୍କୁ ପ୍ରଦାନ କରାଯାଇପାରେ ।

୪. ଲକ୍ଷ ଏବଂ ଉପଲବ୍ଧି ହାସଲ କ୍ଷେତ୍ର ରେ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ର ବ୍ୟବସ୍ଥା କରାଯାଇପାରେ ।

୫. ମାସିକ ତଥା ବାର୍ଷିକ ଅବକାଶ(ଦେୟଯୁକ୍ତ ) ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ନିୟମ ଆବଶ୍ୟକ ।

୬. ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ତଥା ପୁରସ୍କାର ର ବ୍ୟବସ୍ଥା ବିଧେୟ ।

୭. ଯଦିଓ ନିୟମିତି ବ୍ୟବସ୍ଥା କରାଜିବା ବ୍ୟୟସାପେକ୍ଷ, କିନ୍ତୁ ସ୍ଥିରନିଶ୍ଚିତ ନିଯୁକ୍ତି ର ସର୍ତ୍ତ ରେ ସେମାନଙ୍କ ଗୁଣବତ୍ତାର ବିକାଶ ହେଇପାରିବ

ସର୍ବୋପରି ସମସ୍ତଙ୍କ ସହଯୋଗରେ ଦେଶର ବିକାଶ ସମୟର ଆବଶ୍ୟକତା । ସମସ୍ତ ନାଗରିକ ନିଜର ଦାୟିତ୍ୱ ତଥା କର୍ତ୍ତବ୍ୟ ବିଷୟରେ ଅବଗତ ହେଇ ନିଜକୁ ଦେଶ ସେବାରେ ନିୟୋଜିତ କରେଇପାରିଲେ ଆମ ଭାରତବର୍ଶ ବିଶ୍ୱର ନେତୃତ୍ୱଯେ ଦିନେ ନେବ- ଏଥିରେ ସନ୍ଦେହର ଅବକାଶ ନାହିଁ॥ ଜୟ ହିନ୍ଦ॥

ଶୈକ୍ଷିକ ପରାମର୍ଶଦାତା
କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ,ଓଡିଶା
aktripathy@cuo.ac.in

Related Posts

About The Author

Add Comment