ଯାଜପୁର, ୦୭/୦୧/୨୦୧୨ (ସନ୍ଧାନ ନିଉଜ) : ଦକ୍ଷତାର ବିକାଶ ଯେ କୈାଣସି ରାଷ୍ଟ୍ରକୁ ମଜବୁତ କରିଥାଏ ବୋଲି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ବିଂଝାରପୁର ବ୍ଳ୍କ ମାଁସଢା ସ୍ଥିତ ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଠାରେ ତାରିଣୀ ଗ୍ରୁପ ଅପଂ୍ ଇନିଷ୍ଟିଚ୍ୟୁସନ ପକ୍ଷରୁ ମାଗଣାରେ ଆଇ.ଟି.ଆଇ. ଶିକ୍ଷା ଲାଭ କରିଥିବା ୧୮ ଜଣ ଶିକ୍ଷା ନବୀଶଙ୍କୁ ସାର୍ଟିପିଂକେଟ ପ୍ରଦାନ କାର୍ଯ୍ୟକ୍ରମ ଅନୁୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଜ୍ଞାନ ବା ଶିକ୍ଷାର କୈାଣସି ବିକଳ୍ପ ନାହିଁ । ନିଜକୁ ଶିକ୍ଷିତ ଓ ଦକ୍ଷତା ହାସଲ କରିଥିବା ପିଲା ମାନେ ନିଜ ପରିବାର କାହିଁକି ସମଗ୍ର ରାଜ୍ୟ ଓ ଦେଶ ପାଇଁ ଗୋଟିଏ ଗୋଟିଏ ସମ୍ୱଳ ବୋଲି କହିଥିଲେ । ତାରିଣୀ ଗ୍ରୁପ ଅପଂ୍ ଇନିଷ୍ଟିଚ୍ୟୁସନ ଓ ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଅସୁବିଧାଜନକ ସ୍ଥିତିରେ ରହୁଥିବା ଗରିବ ପିଲା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯେଊଁ ସହଯୋଗ କରୁଚ୍ଥନ୍ତି ତାହା ଅନନ୍ୟ ଓ ପ୍ରେରଣାଦାୟକ ବୋଲି ସେ କହିଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍୍ଳିକ ଶିକ୍ଷା ଓ ଧନ୍ଦା ମୂଳକ ଶିକ୍ଷା ଜଣକୁ ଅଧିକ ସଶକ୍ତ କରେ । ଏହି ପିଲାମାନେ ଯେ ହେତୁ ଦକ୍ଷତା ଓ କୈାଶଳରେ ବିକଶିତ ସେମାନେ ସମାଜ ପାଇଁ ଊଦାହରଣ ସୃଷ୍ଟି କରିପାରିଚ୍ଥନ୍ତି ଯାହାକି, ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ । ଅନୁଷ୍ଠାନର ସେବା ମନୋବୃତ୍ତିକୁ ଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ । ଜିଲ୍ଳ୍ା ପରିଷଦ ସଦସ୍ୟ ତଥା ତାରିଣୀ ଆଇ.ଟି.ଆଇ. ର ମୁଖ୍ୟ ଇଂ. ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାର୍ଟିପିଂକେଟ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ ଓ ସଦସ୍ୟ ମାନେ ସହଯୋଗ କରିଥିଲେ । ୧୮ ଜଣ ପିଲାଙ୍କୁ ଅତିଥି ମାନେ ସାର୍ଟିପିଂକେଟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଳ୍ା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଳାଶ୍ରମର ଓ ଅନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ୯ ପିଲା ସାମିଲ ଅଚ୍ଥନ୍ତି ବୋଲି ଶ୍ରୀ କର ସୂଚନା ଦେଇଥିଲେ ।
ଆଇ.ଟି.ଆଇ. ଶିକ୍ଷା ନବୀଶଙ୍କୁ ସାର୍ଟିପିଂକେଟ ପ୍ରଦାନ
|
January 7, 2022 |
