ଆଇସୋଲେସନରେ ରହିଲେ ଅନିଲ କପୁରଙ୍କ ଝିଅ ସୋନମ

Spread the love

ନୂଆଦିଲ୍ଲୀ, ୨୩/୦୩ (ସନ୍ଧାନ ନିୟୁଜ): ଲଣ୍ଡନରୁ ଫେରି ଆଇସୋଲେସନରେ ରହିଲେ ଅନିଲ କପୁରଙ୍କ ଝିଅ ସୋନମ । ସୋନମ ଏନେଇ କହିଛନ୍ତି ଯେ,  ଯେତେବେଳେ ସେ ଏୟାରପୋର୍ଟରେ ପହଞ୍ଚିଲେ ତାଙ୍କୁ ବହୁଥର ଚେକିଙ୍ଗ କରାଯାଇଥିଲା । ଏୟାପୋର୍ଟରୁ ସେ ସିଧା ଘରକୁ ଯାଇଥିଲେ ଏବଂ  ସୋନମ ପରିବାର ସହ କିଛି ସମୟ  ରହିବା ପରେ  ନିଜକୁ ଆଇସୋଲେସନ୍‌ରେ ରଖିବାକୁ  ନିଷ୍ପତ୍ତି ନେଇଥିଲେ ।  ସୋନମଙ୍କ କହିବାନୁଯାୟୀ ମୋର ଏହି ନିଷ୍ପତ୍ତିରେ ଅନ୍ୟ ଲୋକମାନଙ୍କୁ ଆଶ୍ୱସ୍ତ ମିଳିଛି । କୋରୋନାର ପ୍ରଭାବ ବଲିଉଡ୍‌ରେ ପଡିବା ଦେଖିବାକୁ ମିଳିଛି । କିଛି  ଫିଲ୍ମ ପ୍ରଡ୍ୟୁସର  ନିଜ ଫିଲ୍ମ ରିଲିଜ୍‌ର ଡେଟ୍‌କୁ  ଘୁଞ୍ଚାଇ ଦେଇଛନ୍ତି । ଏଫଡବ୍ଲୁଆଇସିଇ ମଧ୍ୟ 31  ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି  ଟିଭି ଶୋର ସୁଟିଂ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment