ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ

Spread the love

ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍):-  ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଦୌସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ମାମଲାରେ ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି। ଏସିବି ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ନିଲମ୍ବିତ କରାଯିବ। ଦୌସା ଏସଡ଼ିଏମ ପୁସ୍କର ମିତ୍ତଲ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରାପଡ଼ିଥିଲେ। ଏସଡ଼ିଏମ ପିଙ୍କି ମିଣା ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ବେଳେ ଗିରଫ ହୋଇଥିଲେ। ଦୁଇ ପ୍ରଶାସନିକ ଅଧିକାରୀ ଗିରଫ ହେବାପରେ ମାମଲାରେ ଜାନୁଆରୀ ୧୩ ତାରିଖରେ ଦଲାଲ ନିରାଜ ମିଣାକୁ ମଧ୍ୟ ଗିରଫ କରାଯାଇଥିଲା। ଦଲାଲ ନିରାଜ ମୋଟ ୩୮ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଜଣାପଡିଥିଲା। ନିରାଜ ମିଣା କହିବାନୁଯାୟୀ, ନିର୍ମାଣ କମ୍ପାନୀ ପ୍ରତିନିଧି ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ କଥା ହୋଇଥିଲା। ମାମଲା ରଫା ଦଫା କରିବାକୁ ୧୦ ଲକ୍ଷ ଟଙ୍କା ଦାବି କରାଯାଉଥିଲା। ଫଳରେ ଦଲାଲ ନିରାଜ ମିଣା ତରଫରୁ ମୋଟ ୩୮ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଉଥିଲା। ୭ ଦିନିଆ ରିମାଣ୍ଡ ପରେ ଦଲାଲ ନିରାଜକୁ ଜେଲ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ମାମଲାରେ ତତ୍କାଳୀନ ଦୌସା ଏସପି ଲାଞ୍ଚ ମାଗୁଥିବା ନିରଜକୁ ଗିରଫ କରିଥିଲେ। ଏହାସହ ଏସିବିରେ ରୁଜ୍ଜୁ ହୋଇଥିବା ମାମଲାରେ ମନୀଷ ଅଗ୍ରୱାଲଙ୍କ ନାଁ ମଧ୍ୟ ରହିଥିଲା। ଏସିବି ପ୍ରାଥମିକ ତଦନ୍ତ ସମୟରେ ମନୀଷ ଅଗ୍ରୱାଲଙ୍କ ମୋବାଇଲ ଫୋନ ଜବତ କରିନେଇଥିଲା। କିନ୍ତୁ ତା ପରେ ତାଙ୍କୁ ପଚରାଉଚୁରା କରିନଥିଲା କି ଗିରଫ ବି କରିନଥିଲା। ମଙ୍ଗଳବାର ଦିନ ଏସିବି ମନୀଷ ଅଗ୍ରୱାଲଙ୍କୁ ଗିରଫ କରିଛି।

Related Posts

About The Author

Add Comment