ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

Spread the love

ଭଦ୍ରକ, ୨୭/୧୧ (ସନ୍ଧାନ ନିଉଜ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଭଦ୍ରକ ଟାଉନହଲରେ ସଂବିଧାନ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ଥାୟି ସଂପାଦିକା ଅପର୍ଣ୍ଣା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଦେୱାନି ଜଜ ସୁରଞ୍ଜନ ମହାନ୍ତି,ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର,ସଂପାଦକ ସୁର୍ଯ୍ୟକାନ୍ତ କୁଅଁର,ବରିଷ୍ଠ ଅଧିବକ୍ତା ନିରାକାର ଜେନା,ଅରିଣ ଚାନ୍ଦ,ଗିରିଧାରି ନାଥ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସଂବିଧାନ ପ୍ରବର୍ତ୍ତନର ଇତିହାସ ବିଷୟରେ ବକ୍ତବ୍ୟ ରଖିଥିଲେ l ପ୍ରଥମେ SDJM ଶୁଭଗୌତମ ମିଶ୍ର ସଂବିଧାନର ମୁଖବନ୍ଧ ପାଠ କରିଥିଲେ l ସଭାରେ ଓକିଲ ସଂଘର ସଭ୍ୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କ ବକ୍ତବ୍ୟ ରଖିଥିଲେ l

Related Posts

About The Author

Add Comment