ଯାଜପୁର, ୧୩/୧୧/୨୧ (ସନ୍ଧାନ ନିଉଜ) : ଆଇନ୍ସେବା ପ୍ରାଧିକରଣଜନସାଧାରଣଙ୍କୁସେମାନଙ୍କ ଅଧିକାର ଓ କର୍ତ୍ତବ୍ୟସମ୍ପର୍କରେସଚେତନ ଓ ସଶକ୍ତକରାଉଛିବୋଲିଜିଲା ଦୈାରାଜଜ୍ଶ୍ରୀକାନ୍ତ କୁମାରମିଶ୍ରମତବ୍ୟକ୍ତକରିଛନ୍ତି । ଶନିବାର ପୁର୍ବାହ୍ନରେଗୈାତ୍ତମବୁଦ୍ଦସଂସ୍କୃତିଭବନ ପରିସରରେଜିଲା ଆଇନ୍ସେବା ପ୍ରାଧିକରଣ ଯାଜପୁରଓ ଜିଲା ପ୍ରଶାସନ ଯାଜପୁରରମିଳିତସହଯୋଗରେଜାତୀୟ ଆଇନ୍ସେବା ପ୍ରାଧିକରଣ ଦ୍ୱାରାବିଶାଳ ଆଇନ୍ସେବା ଓ ସଚେତନତାଶିବିରଅନୁଷ୍ଠିତହୋଇଥିଲା । ଏହାକୁ ଉଦ୍ଘାଟିତକରିଦୈାରାଜଜ୍ଶ୍ରୀମିଶ୍ର ପ୍ରତ୍ୟେକ ନାଗରୀକର ଅଧିକାର ଓ କର୍ତ୍ତବ୍ୟକୁସାବ୍ୟସ୍ତକରିବାକୁଆମସମ୍ବିଧାନ ରେବ୍ୟବସ୍ଥାହୋଇଛିବୋଲିକହିଥିଲେ । ୧୯୮୭ମସିହା ଠାରୁ ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଏଥିପାଇଁଲୋକମାନଙ୍କୁସଚେତନ କରାଯାଉଛି । ଶିକ୍ଷା ପ୍ରାରମ୍ଭରେଆମେଶିଖୁଥିବାଅ ଓ ଆ ହେଲା ଅଧିକାର ଓ ଆଇନ୍ତେଣୁ ଆଇନ୍ସମ୍ପର୍କରେ ପ୍ରତ୍ୟେକ ଅବଗତହେବାସହବିବିଧ ଯୋଜନାରସୁଫଳ ପାଇବାକୁଉଦ୍ୟମକରିବାକୁସେଆହ୍ୱାନ ଦେଇଥିଲେ । ଅତିରିକ୍ତଜିଲା ଦୈାରାଜଜ୍ଜ୍ଞାନ ରଞ୍ଜନ ବାରିକ୍କୋଭିଡ଼୍ସମୟରେ ଆଇନ୍ସେବା ପ୍ରାଧିକରଣଲୋକମାନଙ୍କ ପାଇଁ ଅନେକ ପଦକ୍ଷେପ ନେଇଛିବୋଲିକହିବାସହଆଇନ୍ ଯେପରିଗ୍ରାମାଞ୍ଚଳ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ଅଧିବାସୀଙ୍କଘର ନିକଟରେ ପହଞ୍ଚେ ସେଥିପାଇଁ ପ୍ରାଧିକରଣ ଉଦ୍ୟମକରୁଛିବୋଲିସେକହିଥିଲେ । ଅତିରିକ୍ତଜିଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ଅଜ୍ଞତାସବୁସମସ୍ୟାରମୂଳ, ସେଥିରୁମୁକ୍ତିସହ ଆଇନ୍ସମ୍ପର୍କରେ ଅବଗତହୋଇ ନିଜ ଅଧିକାରସାବ୍ୟସ୍ତକରିବାହିଁଏହିଶିବିରରମୂଳଉଦ୍ଦେଶ୍ୟବୋଲିକହିବାସହ୧୨୯ଜଣ ହିତାଧିକାରୀଙ୍କୁଏହିଶିବିରରେସହାୟତା ପ୍ରଦାନ କରାଯାଉଛିବୋଲିସୂଚନା ଦେଇଥିଲେ । ସବ୍ଜଜ୍ଜାନକୀବିଶ୍ୱାଳଶିକ୍ଷଣୀୟ ଗଳ୍ପ ଓ ଉଦାହରଣମାଧ୍ୟମରେଲୋକମାନେ ସେମାନଙ୍କଅଧିକାରସମ୍ପର୍କରେଜାଣିବା ଓ ଲୋକଙ୍କ ନିକଟରେକିପରିମାଗଣା ଆଇନ୍ସେବା ଉପଲବ୍ଧ ହେଉଛିସେସମ୍ପର୍କରେ ଆଲୋକପାତକରିଥିଲେ । ଅନ୍ୟାୟର ପ୍ରତିରୋଧ ପାଇଁ ଆଇନ୍ସେବା ପ୍ରାଧିକରଣସାହସ ଦେଇପାରିଛିବୋଲିସେକହିଥିଲୋ ଆଇନ୍ସେବା ପ୍ରାଧିକରଣରସମ୍ପାଦିକ ପୁନମ୍ଜେନାଏହିକାର୍ଯ୍ୟକ୍ରମରେ ଅଧ୍ୟକ୍ଷତାକରିବାସହସମସ୍ତଙ୍କୁସ୍ୱାଗତ, ଶିବିରର ଆଭିମୁଖ୍ୟସମ୍ପର୍କରେବିଶଦ ସୂଚନା ଦେବାସହ ଧନ୍ୟବାଦ ଅର୍ପଣକରିଥିଲେ । ଏହିକାର୍ଯ୍ୟକ୍ରମରେଜିଲାଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକକୁମାରବେହୁରିଆ, ଜିଲାମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଡ଼ାକ୍ତରବିରଞ୍ଚି ନାରାୟଣବାରିକ୍କାର୍ଯ୍ୟକ୍ରମରେଉପସ୍ଥିତ ଥିଲେ । ଏହିଶିବିରରେଆଇନ୍ସେବା ପ୍ରାଧିକରଣ, ସ୍ୱାସ୍ଥ୍ୟ, ରାଜସ୍ୱ, ଜରୁରୀ, କୃଷି, ପଶୁସମ୍ପଦ, ମତ୍ସ୍ୟ, ଜିଲାଗ୍ରାମ୍ୟଉନ୍ନୟନ ସଂସ୍ଥା, ମିଶନ ଶକ୍ତି, ଜୀବିକାମିଶନ, ସାମାଜିକକଲ୍ୟାଣ, ସାମାଜିକସୁରକ୍ଷା, ଶିଶୁସୁରକ୍ଷା, ଯାଜପୁର ପୈାର ପରିଷଦ, ଅଗ୍ରଣୀବ୍ୟାଙ୍କସମୁହ, ଯୋଗାଣ ଓ ମଙ୍ଗଳବିଭାଗ ପକ୍ଷରୁସଚେତନତାଷ୍ଟଲମାନ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ମା’ ବିରଜାଙ୍କ ଫଟୋଚିତ୍ରରେମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଜିଲାସୂଚନା ଓ ଲୋକସମ୍ପର୍କବିଭାଗ ପକ୍ଷରୁବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣକରାଯାଇଥିଲା ।
ଆଇନ ସେବା ପ୍ରାଧିକରଣଲୋକଙ୍କୁସଚେତନ ଓ ସଶକ୍ତକରିଛି : ଜିଲା ଦୈାରାଜଜ୍ଶ୍ରୀମିଶ୍ର
|
November 13, 2021 |