ଆଇନ ରକ୍ଷକ ହାତରେ ହାତକଡୀ

Spread the love

ରାଇରଙ୍ଗପୁର, 28.01.2021 ( ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ଆଇନ ରକ୍ଷକ ହାତରେ ହାତକଡୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନ ଝରାଡ଼ିହି ଫାଣ୍ଡିରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଫାଣ୍ଡି ଅଧିକାରୀ ଏସଆଇ ସତ୍ୟବାନ ଗିରି ଝରାଡ଼ିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କୁ ଧମକ ଦେଇ ଅର୍ଥ ଆଦାୟ କରୁଥିଲେ। ବ୍ୟବସାୟୀ ଜଣଙ୍କ ପୁଲିସ ବାବୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଫାଣ୍ଡି ଓ ତାଙ୍କ ବାସଭବନରେ ଚଢ଼ାଉ ଜାରି ରଖିଥିବା ସୂଚନା ହସ୍ତଗତ ହୋଇଛି ।

Related Posts

About The Author

Add Comment