ରାଉରକେଲା, ୨୧/୧୦ (ସନ୍ଧାନ ନିଉଜ) : ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଜଲଦା ଗ୍ରାମ ପଚାଂୟତ ଅନ୍ତର୍ଗତ ସରକାରୀ ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସି.ଆର.ସି.ସି. ସଚଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ସ୍ଥାନୀୟ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଠିକଟା ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ରଂଜିତା ଖାଲକୋ ଯୋଗ ଦେଇ ସରକାରଙ୍କ ଦ୍ୱାରା କରାଯାଉଥିବା ଶିକ୍ଷା ସଂସ୍କାର ଦିଗରେ ପଦକ୍ଷେପ ଗୁଡ଼ିକ ପ୍ରଶଂସାଯୋଗ୍ୟ, କୋମଳମତି ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପାଠ ସହ ତା’ର ସହଶୈଖିକ ଦିଗର ବିକାଶ ଆବଶ୍ୟକ, ଯାହା ଏହି ସୁରଭି କାର୍ଯ୍ୟକ୍ରମରେ କରାଯାଇ ପିଲାଙ୍କୁ ଆନନ୍ଦମୟ ଶୈକ୍ଷିକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ବ୍ଲକ ସହ ଶିକ୍ଷାଧିକାରୀ ଅନୀଲ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ କରିବା ପାଇଁ ସରକାର କ୍ଲଷ୍ଟର ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ସାଂପ୍ରତିକ ସମସ୍ୟା ସମାଧାନ, ପିଲାମାନଙ୍କ ପ୍ରତି ସଂବେଦନତା, ସଚେତନତା ତଥା ସୃଜନତାର ଆଧାରରେ ପରିପ୍ରକାଶ କରିବା ସହ ତାଙ୍କ ଭିତରେ ଥିବା ମାନବିକତା, ଜାତୀୟତା ଆଦି ଗୁଣର ବିକାଶ ହେବାପାଇଁ ପୂର୍ଣ୍ଣ ସୁଯୋଗ ପାଇ ପାରୁଛନ୍ତି । ତର୍କ, ରଚନା, ଚିତ୍ରାଙ୍କନ, ସଙ୍ଗୀତ, ବକୃତା, ସାଧାରଣ ଜ୍ଞାନ ପରୀକ୍ଷା, ହସ୍ତାକ୍ଷର, ଚିତ୍ରକଳା, ଶିଳ୍ପକଳା ଆଦି ବହୁମୂଖୀ ପ୍ରତିଯୋଗିତା ମାନ କରାଯାଇ ସର୍ବୋତମ କୃତି ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତର ପାଇଁ ଚୟନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷିକା, ବିଚାରକ ମଣ୍ଡଳୀ, ଶିକ୍ଷ, ଶିକ୍ଷତ୍ରୀ, ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୁପାୟନ କରାଯାଇଥିଲା । ଶେଷରେ ଶାସ୍ତ୍ରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
|
October 21, 2019 |
