ଆଂଚଳିକ ବରିଷ୍ଠ ନାଗରିକଙ୍କୁ ସରକାରୀ ପରିଚୟ ପତ୍ର ପ୍ରଦାନ

Spread the love

ଚଣ୍ଡିଖୋଲ, ୧୧/୩ (ସନ୍ଧାନ ନିୟୁଜ) ଆଂଚଳିକ ବରିଷ୍ଠ ନାଗରିକ ମଂଚ ଚଣ୍ଡିଖୋଲ ପକ୍ଷରୁ ଆଜି ଖୋସାଲିପୁରସ୍ଥିତ ମା ମଙ୍ଗଳା ମନ୍ଦିର ପରିସରରେ ଏକ ପରିଚୟପତ୍ର ବଂଟନ ଉସôବ ମଂଚର ସଭାପତି ଶେଷଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ଥାନା ଆରକ୍ଷୀ ନିରୀକ୍ଷକ ସରୋଜ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ବଡଚଣା ଆରକ୍ଷୀ ନିରୀକ୍ଷକ ଦୀପକ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଏସ.ଆଇ.ଶ୍ରୀମତୀ ଅନିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦେଶର ସହିଦ ମାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟି ନୀରବ ପାର୍ଥନା କରାଯାଇଥିଲା । ଆଂଚଳିକ ବରିଷ୍ଠ ନାଗରିକ ମଂଚର ସଂପାଦକ ହେମନ୍ତ କୁମାର ସାମଲ ନାଗରିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଉପସ୍ଥିତି ଥିବା ୮୦ ଜଣ ବରିଷ୍ଠ ନାଗରିକଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ସରକାରୀ ପରିଚୟ ପତ୍ରକୁ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀ ସାହୁ ଓ ଶ୍ରୀ ଜେନା ବଂଟନ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ପାଇଁ ଧର୍ମଶାଲା ଓ ବଡଚଣା ଥାନା ଅଧିକାରୀ ତତ୍ପର ଅଛନ୍ତି । କୌଣଶି ଅସୁବିଧା ହେଲେ ଆମ୍ଭେ ବରିଷ୍ଠ ନାଗରିକଙ୍କ ସେବାରେ କାର୍ଯ୍ୟ କରିବୁ ବୋଲି ଥାନାଧିକାରୀ ମତବ୍ୟକ୍ତ ଦେଇଥିଲେ । ବରିଷ୍ଠ ନାଗରିକ ସେକ କରାମତତୁ୍ଲା ସହୀଦ ମାନଙ୍କ ସଂପର୍କରେ ଏକ କବିତା ପଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚିତରଞ୍ଜନ ମହାପାତ୍ର ବରିଷ୍ଠ ନାଗରିକ ସର୍ବଶ୍ରୀ ଦୁଖୀଶ୍ୟାମ ସାହୁ, ଈଶ୍ୱର ଚନ୍ଦ୍ର ସାମଲ, ନରୋତମ ଶତପଥି, ନବ କିଶୋର ସାହୁ, ସୁଲଭ ସାମଲ, ଯଚୀନ୍ଦ୍ର ଜେନା, ଶିବରାମ ସାହୁ, ଶରତ ଚନ୍ଦ୍ର ଜେନା, ବିଜୟ କୁମାର ଜେନା, ପଣ୍ଡିତ ବିଜୟ କୁମାର କର, ଅଶୋକ କୁମାର ରାଉତ, ନାରାୟଣ ମାହାଲା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

share and subscribe

Related Posts

About The Author

Add Comment