ଅହମଦାବାରେ ମୃତବରଣ କରିଥିବା ୩ ଶ୍ରମିକଙ୍କ ମର ଶରୀର ପହଞ୍ଚିଲା ଯାଜପୁରରେ

Spread the love

ଯାଜପୁର, ୨୫/୨/୨୦ (ସନ୍ଧାନ ନିଉଜ) : ଗୁଜୁରାଟ ଅହମଦାବାଦ ସୁତାକଳରେ କାର୍ଯ୍ୟକରିବା ବେଳେ ଅଗ୍ନିକାଣ୍ଡରେ ମୃତବରଣ କରିଥିବା ୩ ଜଣ ଶ୍ରମିକଙ୍କର ମରଶରୀର ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଜମଦର ଗ୍ରାମରେ ପହଞ୍ଚି ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଆଜି ମର ଶରୀର ଗ୍ରାମ ମୁଣ୍ଡରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।

ଗତ ୨୨ ତାରିଖ ଦିନ ଅହମ୍ମଦାବାଦର ଲୋଟସ ଲେବଲ ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟି ଜମଦର ଗାଁ ର ଦୟାନିଧି ଖୁଂଟିଆ ,ଚିନ୍ମୟ ଖୁଂଟିଆ ଏବଂ କାମେସ ସିଂଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡିବା ପରେ ଯାଜପୁର ଜିଲା ପ୍ରଶାସନିକ ଅଧିକାରୀ ମୃତକଙ୍କ ଘରେ ପହଞ୍ଚି ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ସେଠାରୁ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ।  ଗ୍ରାମବାସିଙ୍କ ପକ୍ଷରୁ ତୁରନ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ  ଦାବି କରାଯାଇଛି। ଘଟଣାସ୍ଥଳରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତି, ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଶ୍ରମ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related Posts

About The Author

Add Comment