ଭୁବନେଶ୍ୱର, ୦୨/୧୦/୨୦ (ସନ୍ଧାନ ନିଉଜ) : ମହାମାରୀ କୋରନା ସମୟରେ ଡାକ୍ତରମାନେ ହିଂସାର ଶିକାର ହେବା ଖବର ମାନ ଆମ ଦୃଷ୍ଟି ଗୋଚର ଆସୁଛି । ଜିଲ୍ଲାର କୋରନା ରୋଗୀଙ୍କୁ ସେବା କରିବାକୁ ଯାଇଥିବା ଡାକ୍ତର ମାନଙ୍କ ଉପରେ ଛଏପ ପକାଇବା ,ଇନ୍ଦୁର ୨ଜଣ ମହିଳା ଡାକ୍ତର ଉପରେ ପଥର ମାଡ କରିବା ,କୋଭିଡ ମରଦ୍ଭଗ୍ଧରକ୍ସ ରେ କାମ କରୁଥିବା ମହିଳାଙ୍କ ଅଗରେ ପୁରୁଷ ମାନେ ଅଭନ୍ଦ୍ରଚିତ ଆଚରଣ ପ୍ରଦର୍ଶନ କାରିବା ଖବରମାନ ଆମ ଦୃଷ୍ଟି ଗୋଚର ହୋଇଛି । ଇଂଞ୍ଜିନିୟର , ଓକିଲୋ, ସାମ୍ବାଦିକ କିମ୍ବା ଅଧ୍ୟପକ ଟିଏ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଯେତିକି ସମୟ , ଶ୍ରମ ସ୍ୱୀକାର କରିବାକୁ ପଡିଥାଏ , ଜଣେ ଦକ୍ଷ ଡାକ୍ତର ଟେ ହେବା ପାଇଁ ପ୍ରାୟ ତାର ୨ଗୁଣା ଶ୍ରମ ଓ ସମୟ ବିୟୋଗ କରିବାକୁ ପଡିଥାଏ । ସମ୍ପୂର୍ଣ୍ଣ ମେଧାବୀ ଛାତ୍ର ନ ହେଲେ ଡାକ୍ତରୀ ପାଠ ପଢି କୃତକାର୍ଯ୍ୟ ହେବା ଏତେ ସହଜ ନୁହେଁ । ଦିନଥିଲା ସହଜର ଡାକ୍ତରମାନେ ଥିଲେ ଅତ୍ୟନ୍ତ ସମ୍ମାନାସ୍ପଦ କାବ୍ୟ କବିତା ନଲେଖେି ମଧ୍ୟ ସେମାନଙ୍କୁ କୁହାଯାଉଥିଲା କବିରାଜ ବୃତିରେ ସେମାନେ ଶତ୍ରୃମିତ୍ର ନିର୍ବିଶେଷରେ ଅତ୍ୟନ୍ତ ବିଶ୍ୱସ୍ତତାର ସହ ସେବା କରୁଥିଲେ । ଲକ୍ଷ୍ମଣଙ୍କର ଶକ୍ତି ଭେଦ ସମୟରେ ରାବଣର ରାଜ ବୈଦ୍ୟ ଶୁସେତା ଗନ୍ଧମାର୍ଦ୍ଧନ ପର୍ବତରୁ ବିଶଲ୍ୟକରଣୀ ଆସିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ଓ ଲକ୍ଷ୍ମଣକୁ ଚିକିସôାକରି ସୁସ୍ଥ କରିଥିଲେ । ଇଶ୍ୱରଙ୍କ ପରେ କବିରାଜକୁ ଜନତାମାନେ ଦେଶି ବିଶ୍ୱାସ ଓ ଭରଷା କରୁଥିଲେ । ଭାରତରେ ଯେଉଁ ଡାକ୍ତରମାନେ ବାହାରନ୍ତି । ସେମାନେ ବିଶ୍ୱର ସବୁଠାରୁ ଅଧିକ ସୁନାମ ଅର୍ଜନ କରିଥାନ୍ତି ।ଏବେ ସମସ୍ୟା ହେଉଛି ଆମ ଦେଶର କାରଣ ହେତୁ ଆବଶ୍ୟକ ସଂଖ୍ୟାର ଡାକ୍ତର ନାହାନ୍ତି । ଅଧିକାଂଶ ଡାକ୍ତରଖାନାରେ ଜଣେ କିମ୍ବା ୨ଜଣ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେଉଥିବ ବେଳେ , ଆଉ କେଉଁଠାରେ କମ୍ପାଉଣ୍ଡର ଓ ବଗ୍ଧଗ୍ଧରଦ୍ଭୟରକ୍ସ ଙ୍କ ଦ୍ୱାରା ଡାକ୍ତରଖାନା ଚାଲୁଥିବାର ଗଣମାଧ୍ୟମ ଦେଖିବାକୁ ମିଳୁଛି । ଅଧିକ ଶ୍ରମ,ସମୟ ଓ ଅର୍ଥବ୍ୟୟ ଦ୍ୱାରା ଶିକ୍ଷାକାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଆମ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟତା ମୂଳକଭାବେ ଗାଁ ଗହଳିର ପାଣି କାଦୁଅ ଓ ବଣ ଜଙ୍ଗଲର ଦୁର୍ଗମ ଅଂଚଳରେ କାମ କରିବାକୁ ହୋଇଥାଏ । କେତେକଙ୍କର ସାରା ଜୀବନ ସେହି ଅଂଚଳରେ କଟିଥାଏ । ଏହି ପରି ସ୍ଥିତିରେ ସେମାନଙ୍କ ପ୍ରତି ଆମେ ସହାନଭୂତି ହେବା ପରିବର୍ତେ ସେମାନଙ୍କ ପ୍ରତି ହିଂସା ଆଚରଣ କରୁଛୁ । ଲଗାତାର ଆମେ ଦେଖିଆସୁଛୁ ଡାକ୍ତର ମାନଙ୍କ ପ୍ରତି ଆକ୍ରମଣ । କେତେବେଳେ ଜୀବନ ନେଇଁ ଯାଉଛନ୍ତି ତ ଆଉ କେତେବେଳେ ମାରାତ୍ମକ ଆକ୍ରମଣ ଅସିଳ ଭାଷାରେ ଗାଳିଗୁଲଜ କରିବା ସାଧାରଣ ଜନତାଙ୍କ ପାଇଁ ସର୍ବଶ୍ରେଷ୍ଠ ସେବା ଯøାଗାଉଥିବା ଏମାନଙ୍କ ପାଇଁ ସରକାର ସର୍ବନିମ୍ନ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ନାହାନ୍ତି ।ଏବେ ସଦ୍ୟ ନିଯୁକ୍ତି ପାଇଁଥିବା ଜଣେ ମହିଳା ଡାକ୍ତର କୋଭିଡ ମରଦ୍ଭଗ୍ଧରକ୍ସ ରେ କର୍ତବ୍ୟରତ ଥିବା ବେଳେ ଅଧା ରାତିରେ ଗାଁ କୁ ଯାଇ ଜଣେ ମୃତ ବ୍ୟକ୍ତିଙ୍କୁ ୟରବଗ୍ଧଷ ମରକ୍ସଗ୍ଧସଲସମବଗ୍ଧର ବାଧ୍ୟକରିବା ଓ ସେ କୋଭିଡ ମରଦ୍ଭଗ୍ଧରକ୍ସ ଛାଡିଜିବାକୁ ଅମଙ୍ଗ ହେବାରୁ ତାଙ୍କୁ ଗାଳିଗୁଳଜ କରିବା ସହ ଡାକ୍ତର ଖାନାକୁ ଭଙ୍ଗାରୁଜା କରିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ।
ଏ ମହାମାରୀରେ ଆକ୍ତାନ୍ତ ସାଧାରଣ ଲୋକ ମୃତ୍ୟହାର ୨/୩ ପ୍ରତିଶତ ଥିବାବେଳେ ଡାକ୍ତର ମାନଙ୍କର ମୃତ୍ୟ ହାର ଶତକଡା ୧୫ ପ୍ରତିଶତ ରହିଛି । ଏ ଯୋଦ୍ଧା ମାନଙ୍କ ପ୍ରତି ସରକାର ସହଯୋଗର ହାତ ବଢାଇବାତ ଦୂରର କଥା ସେମାନଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ।
ଅସୁରକ୍ଷିତ ୨ୟ ଇଶ୍ୱର
|
October 2, 2020 |