ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର,ଅବହେଳିତ ଶୈଶବ

Spread the love
ଯୋଡ଼ା, ୨୪/୧/୨୬  (ସନ୍ଧାନ ନ୍ୟୁଜ):  କେନ୍ଦୁଝର ଜିଲ୍ଲା ଯୋଡା ସହର ର,ୱାର୍ଡ ନଂ ୪ ସ୍ଥିତ ଝୁମ୍ପୁଡ଼ି ହଟିଙ୍ଗ ଓ ୧୧ ନଂ ୱାର୍ଡ ସ୍ଥିତ ମୃତେଜ। ହଟିଙ୍ଗ ରେ ଥିବା  ଅଙ୍ଗନ୍ ୱାଡ଼ି କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି ।ଏହି ଅସୁରକ୍ଷିତ ଗୃହରେ ଅବହେଳିତ ହୋଇ ରହିଚନ୍ତି ଶୈଶବ  ।ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଥିବା ଏହି ଅଙ୍ଗନୱାଡ଼ି କେନ୍ଦ୍ର ରେ ଯେକୌଣସି ସମୟରେ ଅଘଟଣ ଘଟି ଯିବାର ଆଶଂକା ରହିଛି । ଉଭୟ ଅଙ୍ଗନୱାଡ଼ି ଗୃହ ଗୁଡ଼ିକ ର ଛତା ଫାଟି ଆଁ କରିଥିବା ବେଳେ ଚଟାଣ ଏବଂ କାନ୍ଥ ମଧ୍ୟ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି ।ତେବେ  ୪ ନଂ ୱାର୍ଡ ଅଙ୍ଗନୱାଡ଼ି କେନ୍ଦ୍ର କୁ।ଆସୁଥିବା ଶିଶୁ ମାନଙ୍କୁ  ଅଭିଭ।ବକ  ମାନେ ଏ ନେଇ ଅଭିଯୋଗ କରିବା ପରେ ଶିଶୁ ମାନଙ୍କୁ ରୋଷେଇ କରି  କେବଳ ଖାଇବାକୁ ଦିଆ ଯାଇ ଘର କୁ ପଠାଇ ଦିଆ ଯାଉଛି ।ଯୋଡା ପୌର ପ।ଳିକ ୧୧ ନଂ ୱାର୍ଡ କାଉନସିଲର ବରୁଣ ଅ।ପଟ୍ଟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ତାଙ୍କ ୱାର୍ଡ ପ୍ରାୟ ୩ ଟି ଅଙ୍ଗନୱାଡ଼ି କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିବା ନେଇ ସେ କାଉନସିଲ ବୈଠକ ରେ ମଧ୍ୟ ଜଣାଇଛନ୍ତି ।ଅଙ୍ଗନୱାଡ଼ି କର୍ମୀ ,ପଚିକ। ଓ ଶିଶୁ ମାନେ ବିପଦ ପୂର୍ଣ୍ଣ ଭାବେ ରହୁଥିବା ନେଇ ସେ ଜଣାଇଥିଲେ ।ପୌର ପ।ଳିକ ପକ୍ଷରୁ ଏହାକୁ ଦେଖିବା ପାଇଁ ମଧ୍ୟ ଆସିଥିଲେ ହେଁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ର ମରାମତି ହୋଇ ପାରି  ନାହିଁ ।ବର୍ଷ। ଦିନରେ ଛାତ ରୁ ପାଣି ପଡୁଥିବାରୁ ଶିଶୁ ମାନେ ବହୁ ଅସୁବିଧାରେ କେନ୍ଦ୍ରରେ ବସି ଥାଆନ୍ତି ।କେନ୍ଦ୍ର ର ପାଚିକା ଉର୍ମିଳା ବାରିକ କହିଛନ୍ତି ଯେ,କେନ୍ଦ୍ର ଟି ବହୁ ବିପଦପୂର୍ଣ୍ଣ ଭାବେ ରହିଛି ।ଏକଦା ଛାତ୍ ଉପରୁ ଏକ ବଡ ପଥର ଖଣ୍ଡ ତାଙ୍କ ନିକଟରେ ପଡ଼ି ଥିଲା ।ଏଣୁ ସେ ଶିଶୁ ମାନଙ୍କୁ ବାରଣ୍ଡାରେ ବସାଉଛନ୍ତି ।ତେବେ ଆଗକୁ ଖରା ଦିନରେ ଶିଶୁ ମାନେ ବାରଣ୍ଡାରେ ମଧ୍ୟ ବସି ପାରିବେ ନାହିଁ ବୋଲି କହିଥିଲେ ।ଏ ନେଇ ଯୋଡା ସହରାଞ୍ଚଳ ସି ଡି ପି ଓ ମାନସୀ ବେହେରା ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଏହି  ଅଙ୍ଗନୱାଡ଼ି କେନ୍ଦ୍ର ଅସୁରକ୍ଷିତ ଥିବା ନେଇ ସେ ଉଚ୍ଚ କତୃପକ୍ଷ ଙ୍କୁ ଅବଗତ କରିଛନ୍ତି ।ସହରାଞ୍ଚଳ ରେ ଥିବା ୫ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର କୁ ଅସୁରକ୍ଷିତ ଘୋଷଣା କରିବା ପାଇଁ ସେ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।ତେବେ ଅସୁରକ୍ଷିତ ଅବସ୍ଥାରେ ଶିଶୁ ମାନଙ୍କୁ ପାଠ ପଢା ଯାଉ ନାହିଁ କେବଳ ସେମାନଙ୍କୁ ଖାଇବା ଖୁଆଇ ବିଦା କରି ଦିଆ ଯାଉଚି । ଏ ସଂକ୍ରାନ୍ତରେ ଯୋଡା ପୌର ପ।ଳିକ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ କହିଛନ୍ତି ଯେ,ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର ର ପୁନଃନିର୍ମାଣ  ପାଇଁ ଡିଏମ ଏଫ୍ କୁ ପ୍ରାୟ ୯ କୋଟି ଟଙ୍କାର ପ୍ରସ୍ତାବ ଦିଆ ଯାଇଛି ।ଅର୍ଥ ରାଶି ମଞ୍ଜୁର ହେଲେ କାର୍ଯ୍ୟ ଆରମ୍ଭ କରାଯିବ ।

Related Posts

About The Author

Add Comment