ଅସହାୟ ଶିଶୁ ରକ୍ତ କର୍କଟ ରୋଗୀ କୁ ସାହାଯ୍ୟର ହାତ ବଢ଼ାଇଲା ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ

Spread the love
କଟକ,୧୯/୦୬ (ସନ୍ଧାନ ନିଉଜ)  ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଜଣେ ସମାଜସେବୀ ଙ୍କ ପାଖରୁ ଖବର ପାଇଲେ ତନବୀର ବେହେରା ନାମକ ଜଣେ ଅଢେଇ ବର୍ଷର ଶିଶୁ- ରକ୍ତ କର୍କଟ ରୋଗରେ ପୀଡିତ. ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା,  କପ୍ତିପଦା ବ୍ଲକ ଅଧିନସ୍ତ ଡାହିସାହି ଗ୍ରାମରେ, ପିତା ଲକ୍ଷ୍ମଣ ବେହେରା ପରି ଜଣେ ଛୋଟ ଘଣ୍ଟା ସଜାଡ଼ିବା ଦୋକାନ କରି ନିଜର ଭରଣ ପୋଷଣ କରନ୍ତି ଓ ତନବୀର ତାଙ୍କର ଏକମାତ୍ର ସାହା ଭରସା ।
ସୂଚନା ଅନୁଯାଇ ଦୁଇ ମାସ ହେଲା ରକ୍ତ କର୍କଟ ରୋଗ ସହ ସଂଗ୍ରାମ କରୁଛନ୍ତି ତନବୀର. କରୋନା ମହାମାରୀ ଯୋଗୁ ନିଜର ବ୍ୟବସାୟ ହରାଇବା ସହିତ ନିଜର ସଂଚିତ ଅର୍ଥ ରେ 2 ମାସ ହେଲା ଚିକିତ୍ସା କଲାପରେ ଅର୍ଥ ଅଭାବରୁ ଏବେ ମେଡ଼ିସିନ ବି କ୍ରୟ କରି ପାରୁନାହାନ୍ତି ସେ ଏବଂ ଅର୍ଥ ଅଭାବରୁ ଭାଙ୍ଗି ପଡିଛନ୍ତି ଏବଂ ସାହାଯ୍ୟର ହାତ ବଢ଼ାଇଛନ୍ତି ସମସ୍ତଙ୍କୁ ତାଙ୍କ ଅଢେଇ ବର୍ଷ ପୁଅ ର ଜୀବନ ବଞ୍ଚାଇବା ପାଇଁ ତାଙ୍କ ପୁଅ ର ଚିକିତ୍ସା ଏବେ କଟକ ରେ ଚାଲିଛି. ଆଜି ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ ସଦସ୍ୟା ମାନେ କଟକ ସ୍ଥିତ ହସ୍ପିଟାଲ କୁ ଯାଇ 4350 ଟଙ୍କା ର ସ୍ୱଳ୍ପ ସାହାଯ୍ୟ କରିବା ସହିତ ପିଲା ର ପିତା ମାତା ଙ୍କୁ ଆଶ୍ୱାସନା ଦେଇଥିଲେ ଆଉ ମଧ୍ୟ ଆଗାମୀ ଦିନରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି  ଅନୁଷ୍ଠାନ ର ସଦସ୍ୟ ଓ ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଚନ୍ଦ୍ରମଣି ପାତ୍ର ଆମ ସମ୍ବାଦଦାତା ମାନଙ୍କୁ ନିଜର ପ୍ରତିକ୍ରିୟା ରେ କହିଥିଲେ ଯେ, ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ମୂଳ ଲକ୍ଷ ହେଉଛି ଶିଶୁ ସୁରକ୍ଷା ଉପରେ କାଯ୍ୟ କରିବା,୧ ରୁ ୧୦  ବର୍ଷ ବୟସର ଯେକୌଣସି ଅସହାୟ ଶିଶୁ କିଛି ବି ଅସୁବିଧା ରେ ପଡ଼ିଥିବ, ଆମ ଅନୁଷ୍ଠାନ ପାରୁ ପଯ୍ୟନ୍ତ ଚେଷ୍ଟା କରିବ ତାକୁ ସାହାଯ୍ୟ କରିବା ପାଇଁ ।ଏହି କାଯ୍ୟକ୍ରମ ରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଯୋଗଦେଇଥିଲେ କାଯ୍ୟକ୍ରମମୁଖ୍ୟ ସନ୍ତୋଷ ଦାଶ ଓ ଲଷ୍ମୀପ୍ରିୟା ବେହେରା, ବରିଷ୍ଠ ସମାଜ ସେବୀ ଚନ୍ଦ୍ରମଣି ପାତ୍ର, ପ୍ରତିଷ୍ଠାତା ଶୁଭକାନ୍ତ ସାମଲ ଓ ସଦସ୍ୟ ଲିଳିମା ବେହେରା, ଶିବୁ ଆଚାର୍ଯ୍ୟ, ରାଜଶ୍ରୀ ଦାସ ଓ ପ୍ରୀତି ପ୍ରିୟଙ୍କା ଗୌଡ଼ ।ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଆମ ସମ୍ବାଦଦାତା ମାନଙ୍କ ଜରିଆରେ  ସମସ୍ତ ଜନସାଧାରଣ ଓ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ପାରୁ ପଯ୍ୟନ୍ତ ସହାୟତା କରିବା ପାଇଁ ହାତ ବଢାଇବାକୁ ଯେମିତି କି ଏହି ନିରୀହ ଶିଶୁ ଭଲ ହୋଇ ଘରକୁ ଫେରିପାରିବ ।

Related Posts

About The Author

Add Comment