ଅସହାୟ ବିଜୟଙ୍କୁ ପ୍ରଶାସନ ପକ୍ଷରୁ ସହାୟତ

Spread the love

ବାରିପଦା,ବଡ଼ସାହି, ୩/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ବ୍ଳକ୍ ବିଜେଡି ପକ୍ଷରୁ ବଡ଼ସାହିରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି। ବ୍ଳକ୍ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଓ ବ୍ଲକ୍ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ଥିଲେ। ଟିମ୍ ଦେଉଳିଆ ପଞ୍ଚାୟତ ଅନ୍ତର୍ଗତ କୁଳିବଣିଆ କୁଳିବଣିଆ ସାହିରେ ପହଞ୍ଚିବା ପରେ ସେଠାରେ ବିଜୟ ହାଁସଦା ନାମକ ଜଣେ ବ୍ୟକ୍ତିଙ୍କ ଦୟନୀୟ ଅବସ୍ଥା ଦେଖିବାକୁ ପାଇଥିଲା। ତାଙ୍କ ଘର ସମ୍ପୂର୍ଣ ଉଜୁଡ଼ିଯାଇଥିବା ବେଳେ ପରିବାର ସଦସ୍ୟ ପଲିଥିନ୍ ତଳେ ଆଶ୍ରୟ ନେଇଥିଲେ। ବିଜୟଙ୍କ ପତ୍ନୀ ୨ ବର୍ଷ ହେବ ୨ ଛୋଟ ଦିବ୍ୟାଙ୍ଗ ଝିଅଙ୍କୁ ଛାଡ଼ି କୁଆଡ଼େ ପଳାଇଯାଇଛନ୍ତି। ୨ ବର୍ଷ ହେବ ବିଜୟ ରାସନ ନପାଇ ହନ୍ତସନ୍ତ ହେଉଛନ୍ତି। ଫଳରେ ଅଧ୍ୟକ୍ଷା ଶ୍ରୀମତୀ ସିଂ ଓ ଯୁବନେତା ସରୋଜ ଦାଶ ବିଜୟଙ୍କ ବାବଦରେ ବାଲେଶ୍ୱରର ପୂର୍ବତନ ସାଂସଦଇଂ. ରବୀନ୍ଦ୍ର ଜେନା ଓ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ ଜଣାଇଥିଲେ । ଇଂ. ଜେନା ଏନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ପରେ‌ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଡିଏସ୍ଏ ନରେଶ ଚନ୍ଦ୍ର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ସହ ବିଜୟଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟଙ୍ଗ ଝିଅକୁ ଦିବ୍ୟାଗ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସ୍ବତନ୍ତ୍ର ଯୋଜନାରେ ତାଙ୍କୁ ପକ୍କାଘର ଯୋଗାଇଦିଆଯିବ ବୋଲି ବଡ଼ସାହି ବିଡିଓ କରୁଣାକର ଧିନ୍ଦା ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ଯୋଜନା ଅନୁସାରେ ମାସକୁ ୩୫ କିଗ୍ରା ଚାଉଳ ପ୍ରଦାନର ବନ୍ଦୋବସ୍ତ କରାଯିବ ବୋଲି ମଧ୍ୟ ବ୍ଲକ୍ ଯୋଗାଣ ଅଧିକାରୀ ସୁଧୀଶୁ ଜେନା କହିଛନ୍ତି। ଅନ୍ୟପଟେ ଆଜି ଡିଏସ୍ଏ, ବିଡ଼ିଓ, ଯୋଗାଣ ଅଧିକାରୀ, ବ୍ଲକ୍ ଅଧ୍ୟକ୍ଷା, ବ୍ଲକ୍ ବିଜେଡି ସଭାପତିଙ୍କ ସହ ବିସିଜେଡି ନେତା ଦୀପକ ସାହୁ, ବରିଷ୍ଠ ନେତା ଜ୍ଞାନରଞ୍ଜନ ଦାଶ, ସରୋଜ ଦାଶ, ରାଜକିଶୋର ଆଚାର୍ଯ୍ୟ, ଅର୍ଜୁନ ଦଳେଇ, ସୁରଥ ଦାସ ଦେଉଳିଆ ସରପଞ୍ଚ ବୈଦ୍ୟନାଥ ସିଂ ପ୍ରମୁଖ ବିଜୟଙ୍କୁ ଭେଟି ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି।

Related Posts

About The Author

Add Comment